June 21, 2026

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଦିନିଆ ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନ 

IMG-20241230-WA0032
Share

ଆଜି ଗଞ୍ଜାମ ଜିଲ୍ଲା ଖିଲିକୋଟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ସମସ୍ୟା ବୁଝିବା ନେଇ ଆସିଥିଲେ। ଜିଲ୍ଲାରେ ଅଦିନିଆ ବର୍ଷା ମାଡ ଯୋଗୁଁ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା। ଯାହା ଫଳରେ ଆଜି ଶ୍ରୀ ପଟ୍ଟନାୟକ ନିଜ ମଣ୍ଡଳ ର ଶେରଗଡ଼ , କବି ସୂର୍ଯ୍ୟ ନଗର, ଆସିକା ଏବଂ ଖଲିକୋଟ ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପରୀପ୍ରେକ୍ଷୀରେ ପାରଳାଖେମୁଣ୍ଡି ର ଯୁବ ବିଧାୟକ ରୂପେସ ପାଣଗ୍ରାହୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ସୂଚନା ଥାଉକି ଗଜପତି ଜିଲ୍ଲାରେ ଚାଷୀଙ୍କ ସମସ୍ୟା ନେଇ ବାରମ୍ବାର ନିଜ ଦାବି ଉଠାଇବା ଏବଂ ଚାଷୀଙ୍କ ସହ ଆଲୋଚନା କରିଥିବା ବିଧାୟକ ଶ୍ରୀ ରୁପେସ ପାଣିଗ୍ରାହୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ସହ ବୁଲି ଅନ୍ୟ ଜିଲ୍ଳାର ଚାଷୀଙ୍କ ସହ ମଧ୍ୟ ଆଲୋଚନା କରି ସମସ୍ୟା ମାନ ବୁଝିଥିଲେ। ଏହି ଅବସରରେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ଜ଼ିଲ୍ଲାପରିଷଦ ଅଧକ୍ଷ ଜି. ତିରୁପତି ରାଓ,ଗୋଶାଣି ଅଧକ୍ଷ ଏନ.ଭୀରରାଜୂ, ପୌରପରିଷଦ ଅଧକ୍ଷା ନିର୍ମଳା ସେଠୀ, କାଶୀନଗର ଅଧକ୍ଷା ବାଲାସାଇଆମ୍ମା, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ବରିଷ୍ଠ ନେତା ଲଷ୍ମୀ ପରିଛା,ଟାଉନ ସଭାପତି ଶୁଦ୍ଧି ମହାପାତ୍ର,ବ୍ଲକ ସଭାପତି ଈଶ୍ୱର ରାଓ, କାଶୀନଗର ବରିଷ୍ଠ ନେତା ରାମା ରାଓ ପ୍ରମୁଖ ଉପସ୍ଥିତ ଥିଲେ।