କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘର ୨୫ ତମ ବାର୍ଷିକ ଉତ୍ସବ ହଲିଡେ ରିସର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି

କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘର ୨୫ ତମ ବାର୍ଷିକ ଉତ୍ସବ ହଲିଡେ ରିସର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କଳିଙ୍ଗ ବୈଶ୍ୟ ସଂଘ ପୁରୀ ଅଞ୍ଚଳର ସଭାପତି ଡ଼ କୋଟିନ ନାରାୟଣ ପାତ୍ର, କଳିଙ୍ଗ ବୈଶ୍ୟ ସଂଘ ପୁରୀର ସଭାପତି ରାଜ କିଶୋର ପାତ୍ର,ସଂପାଦକ ଜୟଦେବ ନାୟକ,ପୂର୍ବତନ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି,କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘର ସଭାପତି ଚିନ୍ମୟ ପାତ୍ର,ସଂପାଦକ ସିତାରାମ ସେନାପତି ଏବଂ ଉତ୍ସବର ଅଧ୍ୟକ୍ଷ କେଦାରନାଥ ମହାପାତ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘ ସର୍ବଦା ଦେଶ ସେବାରେ ମନ ନିବୃତ କରିଥାଏ ,ସଂଘ ପକ୍ଷରୁ ବିଭିନ୍ନ ସମୟରେ ରକ୍ତ ଦାନ,ବୃକ୍ଷ ରୋପଣ,ଚକ୍ଷୁ ପରୀକ୍ଷା ଭଳି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।ଏହାପରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ଏହାପରେ ସଂଘର ସଦସ୍ୟ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶେଷରେ କଳିଙ୍ଗ ବୈଷ୍ୟ ଯୁବକ ସଂଘର ପୂର୍ବତନ ସଭାପତି ରବି ନାରାୟଣ ସେନାପତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ସଂଘର ସଦସ୍ୟ ବିଭୁଦତ୍ତ ସୁବୁଦ୍ଧି,ଶିବ ନାରାୟଣ ସେନାପତି,ଉପେନ୍ଦ୍ର ନାୟକ,ବଳରାମ ମହାପାତ୍ର,ମନୋଜ କୁମାର ପାତ୍ର,ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l