December 29, 2024

ଦିବ୍ୟାଙ୍ଗ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା ସ୍ବେଛାସେବୀ ଅନୁଷ୍ଠାନ 

Share

 

ଅସ୍ତରଙ୍ଗ୨୭/୧୨ ଅସ୍ତରଙ୍ଗ କାକଟପୁର ମୁଖ୍ୟ ସଡ଼କ ରେ ୨୦୨୨ ଡିସେମ୍ବର ୩୧ ତାରିଖ ରେ ଏକ ସଡ଼କ ଦୁର୍ଘଟଣା ରେ ପକ୍ଷାଘାତ ରୋଗ ରେ ଆକ୍ରାନ୍ତ ହୋଇ ଅସ୍ତରଙ୍ଗ ହୀରାଦେଇପୁର ଅଞ୍ଚଳ ରେ ଜୀବନ ଯୁଦ୍ଧ ରେ ଲଢ଼ୁଛନ୍ତି କାକଟପୁର ଶ୍ରୀରାମପୁର ଗ୍ରାମ ର ସାହଜି ନାୟକ ଙ୍କ ପୁତ୍ର ମାନସ କୁମାର ନାୟକ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ନିଜ ମାମୁ ଏବେ ନିଜ ପାଖରେ ରଖି ଭରଣ ପୋଷଣ କରୁଥିବା ବେଳେ ତାଙ୍କ ବାପା ମାନସିକ ଚାପ ରେ ଦୀର୍ଘଦିନ ହେବ ନିଖୋଜ ହୋଇଯାଇଛନ୍ତି । ଏବେ ଆର୍ଥିକ ସହାୟତା ପାଇଁ ତାଙ୍କ ମା ମୋତି ନାୟକ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି, ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରୁ ନିର୍ଦ୍ଧେଶ ଆସିଥିଲେ ବି, ପ୍ରଶାସନ ର ଅବହେଳା ରୁ ତାଙ୍କ ନିକଟରେ ପହଞ୍ଚି ପାରିନି ସହାୟତା l ଏହି ବାବଦରେ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରଣ ହେବାପରେ, ଯାହାକୁ ନେଇ ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବହୁମୁଖି ଯୁବ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟ ମାନେ ଆସି ଉକ୍ତ ଦିବ୍ୟାଙ୍ଗ ଯୁବକ ଙ୍କୁ ଭେଟି ତାଙ୍କୁ ଶୀତ ବସ୍ତ୍ର, ଫଳମୁଳ, କିଛି ପୃଷ୍ଟି କର ଖାଦ୍ୟ ଦେବା ସହ ଦିବ୍ୟାଙ୍ଗ ଙ୍କ ସମସ୍ତ ସରକାରୀ କାଗଜପତ୍ର ଯାଞ୍ଚ କରି ଆଗାମୀ ଦିନ ରେ ନ୍ୟାୟଳୟ ର ଦ୍ୱାରସ୍ତ ହେବା ସହ ଦିବ୍ୟାଙ୍ଗ ଙ୍କ ର ଅଟକି ଥିବା ଦୁର୍ଘଟଣା ଜନିତ ସହାୟତା ରାଶି ପ୍ରଦାନ କରିବାକୁ ସମସ୍ତ ଦାୟିତ୍ୱ ଗ୍ରହଣ କରିବେ ବୋଲି ଟ୍ରଷ୍ଟ ର ସଭାପତି ସୁଶାନ୍ତ କୁମାର ପରିଡା ଓ ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ କହିଛନ୍ତି, ଆଜି ସ୍ବେଛାସେବୀ ଅନୁଷ୍ଠାନ ର ଏଭଳି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ଯୁବ ଉଦ୍ୟୋକ୍ତା ବବୁଲ ନାୟକ , ସମାଜସେବୀ ଆର୍ତ୍ତତ୍ରାଣ ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l

ଦୁଃଶାସନ ନାୟକ,ଅସ୍ତରଙ୍ଗ