November 16, 2024

ଶିକ୍ଷକଙ୍କ ପ୍ରଥମ ପର୍ଯ୍ୟାୟ ବ୍ଲକ୍ ସ୍ତରୀୟ ପ୍ରାରମ୍ଭ ତାଲିମ ଶିବିର ଆରମ୍ଭ

Share


ବୁଗୁଡା : ତା ୨୮/୦୩/୨୩ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ଦୁଇଟି ଏବଂ ପଙ୍କଳବାଡି ହାଇସ୍କୁଲରେ ଗୋଟିଏ କେନ୍ଦ୍ରରେ ପ୍ରାଥମିକ ଶିକ୍ଷକଙ୍କ ଏକ ବ୍ଲକ ସ୍ତରୀୟ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଉକ୍ତ ପ୍ରଥମ ପର୍ଯ୍ୟାୟ ଚର୍ତୁଦିବସୀୟ ତାଲିମ ଶିବିର ଅବସରରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ “ପ୍ରାରମ୍ଭ ମୋଡୁଲ୍ ଫର୍ ୟୁଜ୍ ଅଫ୍ ଏଫଏଲଏନ ମେଟେରିଆଲ୍ସ” ସମ୍ପର୍କେ ତାଲିମ ପ୍ରଦାନ କରାଯାଇଥିଲା । ପ୍ରଥମ ବ୍ଯାଚର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ପଙ୍କଳବାଡି ହାଇସ୍କୁଲ କେନ୍ଦ୍ରରେ ସାଧନ କର୍ମୀ ରଶ୍ମି ରଞ୍ଜନ ଅଟ୍ଟ , ଏସ୍. ଶ୍ରୀନିବାସ ଆଚାରୀ , ସନ୍ତୋଷ କୁମାର ସାହୁ ଓ ରାଜେଶ ସାହୁ ପ୍ରମୁଖ ତାଲିମ୍ ପ୍ରଦାନ କରିଥିଲେ । ସେହିପରି ପିପୁଲ୍ସ ହାଇସ୍କୁଲର ଏକ କେନ୍ଦ୍ରରେ ଦ୍ବିତୀୟ ବ୍ଯାଚର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସାଧନ କର୍ମୀ କିରଣ ବାଳା ତ୍ରିପାଠୀ , ଜୟନ୍ତ କୁମାର ପଟ୍ଟନାୟକ , ନାରାୟଣ ମହାନ୍ତି ଓ ବାୟା ସେଠୀ ପ୍ରମୁଖ ତାଲିମ ପ୍ରଦାନ କରିଥିବା ବେଳେ ଅନ୍ୟ ଏକ କେନ୍ଦ୍ରରେ ତୃତୀୟ ବ୍ଯାଚର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସାଧନ କର୍ମୀ ମାନସ ରଞ୍ଜନ ସେଠୀ , ବିଶ୍ବଜିତ୍ ପରିଡା , ସୁଧୀର ବେହେରା ଓ ପ୍ରଫୁଲ୍ଲ ସାହୁ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ଉକ୍ତ ତାଲିମ ଶିବିର ଗୁଡିକରେ ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କିପରି ମୌଳିକ ସାକ୍ଷରତା ଓ ସଂଖ୍ଯଜ୍ଞାନର ଗୁରୁତ୍ବକୁ ବୁଝାଇବା ସହ ଉପାଦାନଗୁଡ଼ିକୁ ଚିହ୍ନଟ କରିବେ ଏବଂ କିଭଳି ଜାତୀୟ ଶିକ୍ଷାନୀତି ୨୦୨୦ରେ ଉଲ୍ଲେଖିତ ମୌଳିକ ସାକ୍ଷରତା ଓ ସଂଖ୍ଯାଜ୍ଞାନ ସମ୍ପର୍କିତ ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରିବାର ଦକ୍ଷତା ହାସଲ କରିବେ ସେନେଇ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଇଥିଲା । ବିଇଓ କବିବର ପ୍ରଧାନ, ଏବିଇଓ ଅମିତା ମିଶ୍ର ଓ ସିମାଞ୍ଚଳ ସେଠୀ ପ୍ରମୁଖ ପର୍ଯ୍ଯବେକ୍ଷକ ଭାବେ ଉକ୍ତ ତିନୋଟି ତାଲିମ ଶିବିରରେ ଯୋଗ ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ, ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଉକ୍ତ ତିନୋଟି ତାଲିମ ଶିବିରରେ ବିଇଓ କାର୍ଯାଳୟ ଅଧିନସ୍ଥ ୧୩୧ଟି ବିଦ�
: ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ବିନା ଗଣବେଶରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।

You may have missed