ଆଜିର ଖବର
*╭───────────────────╮*
*🌄ସକାଳର ଖବର, ୨୮-ମାର୍ଚ୍ଚ-୨୦୨୩, ମଙ୍ଗଳବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରୁକୁଣା ରଥ ଯାତ୍ରା ପାଇଁ ନିର୍ଘଣ୍ଟ ହେଲା ଚୂଡାନ୍ତ ନୀତି, ଆସନ୍ତାକାଲି ଅପରାହ୍ନ ୩ଟା ଠାରୁ ୩;୩୦ ମିନିଟ ଭିତରେ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା। ଆଜି ହେବ ରଥ ପ୍ରଥିଷ୍ଠା l
➡️୨-ଓଡ଼ିଶା ବିଚାର ବିଭାଗରେ ଯୋଡ଼ି ହେଲା ପୁଣି ନୂଆ ଅଧ୍ୟାୟ, ଆଉ ୧୦ଟି ସ୍ଥାନରେ ଉଦ୍ଘାଟିତ ହେଲା ଭର୍ଚୁଆଲ ହାଇକୋର୍ଟ l
➡️୩-ଉନ୍ନୟନ କମିଶନରଙ୍କ ସହ ଆଲୋଚନା ପରେ ୧ ମାସ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲା ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ l
➡️୪-ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପୁରୁଣା ଗାଡ଼ି ସ୍କ୍ରାଫିଙ୍ଗ୍ ବ୍ୟବସ୍ଥା, ଦୁଇଟି ଘରୋଇ ସଂସ୍ଥାକୁ ସ୍କ୍ରାଫିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା କରିବାକୁ ମିଳିଲା ଅନୁମତି l
➡️୫-ORHDC ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ କଲେ ଭିଜିଲାନ୍ସ କୋର୍ଟ l ହେଲା ସମସ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୫୦ ହଜାର ଟଙ୍କା ଜରିମାନା l
➡️୬-ପଶ୍ଚିମାଝଡକୁ ନେଇ ପାଣିପାଗ ବିଭାଗର ଚେତାବନୀ । ଆସନ୍ତାକାଲି ରାତିିରୁ ଉତ୍ତର-ପଶ୍ଚିମ ଭାରତକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ l
➡️୭-ଓଡିଶାରୁ ବଳକା ଉଷୁନା ଚାଉଳ ଉଠାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଲେଖିଲେ ଚିଠି l
➡️୮-ଆସନ୍ତାକାଲି ହେବାକୁ ଥିବା ଅଶୋକାଷ୍ଟମୀ ଅବସରରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ।
➡️୯-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତ l ବାଜା ବଜାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମମତା l ଏହା ତାଙ୍କର ପ୍ରଥମ ପଶ୍ଚିମବଙ୍ଗ ଗସ୍ତ।
➡️୧୦-୨୫ ବର୍ଷ ପୂରଣ କଲା କାଜୋଲ-ସଲମାନଙ୍କ ସୁପରହିଟ୍ ଫିଲ୍ମ ‘ ପ୍ୟାର୍ କ୍ୟା ତୋ ଡର୍ନା କ୍ୟା’ l ଏବେ ବି ଦର୍ଶକ ଭୁଲିନାହାନ୍ତି ଏହି ଯୋଡି ।
➡️୧୧-ପୁଣି ଫେରୁଛି କୋଭିଡ: ବେଡ୍, ଅକ୍ସିଜେନ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟକୁ ହେଲା ଚିଠି l ଓଡ଼ିଶାରେ ୧୧ ଜଣ ହେଲେଣି କୋଭିଡ ଆକ୍ରାନ୍ତ ଚିହ୍ନଟ l
➡️୧୨-ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ଏପ୍ରିଲ ୨୨ ତାରିଖ ସୁଧା ଦିଲ୍ଲୀରେ ଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲ ଗାନ୍ଧୀଙ୍କୁ ହେଲା ନୋଟିସ୍ l
➡️୧୩-ନାମ୍ବିଆରୁ ଭାରତ ଆସିଥିବା ୮ ଚିତା ମଧ୍ୟରୁ ଗୋଟିଏର ହେଲା ମୃତ୍ୟୁ, ହୋଇଥିଲା କିଡନୀ ସଂକ୍ରମଣ l
➡️୧୪-କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବେଙ୍ଗାଲୁରୁ ଗସ୍ତ କାଳରେ ‘ସୁରକ୍ଷାରେ ହେଲା ତ୍ରୁଟି’, ୨ ଜଣ ହେଲେ ଗିରଫ l
➡️୧୫-ଆଫଗାନିସ୍ତାନର ରାଜଧାନୀ କାବୁଲରେ ବିସ୍ଫୋରଣ ଯୋଗୁଁ ୬ ମୃତ, ଶତାଧିକ ହେଲେ ଆହତ l
➡️୧୬-୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୩୦ଜିଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଜାରି କଲା ବିଜେଡି l ବବିଙ୍କୁ ମିଳିଲା ସର୍ବାଧିକ ୪ ଜିଲାର ଦାୟିତ୍ବ l
➡️୧୭-ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ, କହିଲେ- ଲୋକତନ୍ତ୍ର ପାଇଁ ବିପଦ ।
➡️୧୮-ଓଡ଼ିଶାର ସଫଳ କ୍ରୀଡ଼ାବିତ ତଥା ପାରା ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ବ୍ୟାଡ୍ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଲା ଇଣ୍ଡିଆନ୍ ସ୍ପୋର୍ଟସ ଅନର-୨୦୨୩।
➡️୧୯-ଚଳିତ ବର୍ଷ IPLରେ ଓଡିଆ କମେଣ୍ଟ୍ରି କରିବେ ଲୋରିଆ ମହାନ୍ତି l ମୋବାଇଲ ଆପ୍ଲିକେସନରେ କ୍ରିକେଟ ପ୍ରେମୀମାନେ ଓଡିଆ କମେଣ୍ଟ୍ରିର ମଜା ନେଇପାରିବେ ।
➡️୨୦-KKRକୁ ମିଳିଲେ ନୂଆ ଅଧିନାୟକ, ଶ୍ରେୟସ ଆୟରଙ୍କ ଜାଗାରେ IPL-୨୦୨୩ରେ ନେତୃତ୍ୱ ନେବେ ନିତିଶ ରାଣା l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ବାସନ୍ତିକ ମହାଷ୍ଟମୀ ll*
*🔅ଆଜି ଶ୍ରୀ ଲିଙ୍ଗରାଜ ମହାଦେବଙ୍କ ରଥ ପ୍ରାଥିଷ୍ଟା ll*
*🔅ଆଜି ଚଇତି ମଙ୍ଗଳାବାର ଓଷା ll*
*🔅ଆଜି ତାରାତାରିଣୀ ଯାତ୍ରା ll*
*🔅ଆଜି ଶିଶୁ ଚିତ୍ର ପୁସ୍ତକ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*