December 12, 2024

କୋଟପାଡ଼ ବ୍ଲକ କାର୍ଯାୟଳୟ ପରିସର ରେ ଜ଼ିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯା ଳୟ ପରିସରରେ ସୋମବାର ଜ଼ିଲ୍ଲା ପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଅବସର ରେ ଘୁମର ସରପଞ୍ଚ ଶ୍ରୀମତୀ କୋମଳା ପୂଜାରୀ ନେଉର ପାଲି ଠାରେ ଅତରିକ୍ତ ଶ୍ରେଣୀ ଗୃହ ପାଇଁ ଲିଖିତ ଦେଇଥିବା ବେଳେ. କୋଟପାଡ଼ ସହର ରେ ପ୍ରତ୍ୟେକ ୱାର୍ଡ ରେ ବିନା ଲାଇସେନ୍ସ ରେ ମଦ ବିକ୍ରି ବନ୍ଦ କରିବା ନେଇ ଅଭି ଯୋଗ ହୋଇଥିଲା. ସଂଗୀତା ବିଶୋଇ ଙ୍କ ସ୍ୱାମୀଙ୍କୁ ଚିକିତ୍ସା କରିବାପାଇଁ ସରକାରଙ୍କ ସହାୟତା. ମାଲଚାମାଳ ଜଙ୍ଗଲରୁ ଗଛ ନ କାଟିବା. କେନାଲ ମରାମତି. ଫୁଟ ବଳ ଗ୍ରାଉଣ୍ଡ ନିର୍ମାଣ. ଜଙ୍ଗଲ ଜମି ପଟା ପ୍ରଦାନ.ଷଡ଼ରେଙ୍ଗା ପଞ୍ଚାୟତ ରେ ଏନ ଆର ଇ ଜି ଏ ଟଙ୍କା ନ ମିଳିବା. ଜମି ବିବାଦ ଇତ୍ୟାଦି ଗୋଷ୍ଠିଗତ ସହଳ ଗୋଟି ଏବଂ ବ୍ୟକ୍ତଗତ କୋଡିଏ ଟି ମୋଟ ଛତିଶ ଗୋଟି ଶୁଣାଣି ହୋଇଥିବାର ଜଣାଯାଇଛି. ଜ଼ିଲ୍ଲା ପାଳ ଭି କିର୍ତ୍ତୀ ଭାସନ. ଉପ ଜ଼ିଲ୍ଲା ପାଳ ଏ ଶସ୍ୟା ରେଡି. ବ୍ଲକ ଅଧକ୍ଷା କମଳା ଭତରା. ବିଡ଼ିଓ ବିକ୍ରମ ଦୋରା. ତହସିଲଦାର ମହାନ୍ତି ନୀଳକଣ୍ଠ ନାଇଡ଼ୁ. ଅତିରିକ୍ତ ତହସିଲଦାର ନୀଳମ୍ବର ପୂଜାରୀ. ଏନଏସି ନିର୍ବାହୀ ଅଧିକାରୀ ପୂଜା ରାଉତ. ଆଇଟିଡିଏ ସହକାରୀ ଯନ୍ତ୍ରୀ ଚୈତନ୍ୟ ବାସକି. କ୍ଷୀରୋଦ ବେହେରା. ସୁଧୀର ନନ୍ଦୀ. ଏ ରାଜେଶ ଦାସ. ଜନପ୍ରିୟ ରଥ. ଜିପିଓ ଜଗନ୍ନାଥ ଅଟକା. ସୁଧାଂଶୁ ରଥ. ଙ୍କ ସମେତ ବନ. ବିଦ୍ୟୁତ. ମୃତିକା. କୃଷି. ଶିକ୍ଷା. ସ୍ୱାସ୍ଥ୍ୟ. ପାନୀୟ ଜଳ. ଉଦ୍ୟାନ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଜ଼ିଲ୍ଲା ସ୍ତରୟ ଅଧିକାରୀ ମାନେ ଉପସ୍ଥିତ ଥିଲେ.ଏହା ପରେ ସୁଧକ୍ଷା ସିଲେଇ କେନ୍ଦ୍ର ପରିଦର୍ଶନ କରିଥିଲେ କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା.

You may have missed