December 13, 2024

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ 

Share

 

ବୁଗୁଡ଼ା : ତା ୦୯/୧୨/୨୪ : ସ୍ଥାନୀୟ ସରସ୍ବତୀ ଶିଶୁ

ବିଦ୍ୟା ମନ୍ଦିର ପକ୍ଷରୁ ୨୭ତମ ବାର୍ଷିକ କ୍ରୀଡା ପୁରସ୍କାର

ବିତରଣ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି

। ଏହି ତ୍ରିଦିବସୀୟ ବାର୍ଷିକ କ୍ରୀଡା ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କନିଷ୍ଠ ,ଶିଶୁ ,ବାଲ୍ ଓ କିଶୋର ଆଦି

ବର୍ଗର ମୋଟ ୩୭୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ

କରିଥିବା ବେଳେ ୧୭୨ ଜଣ କୃତିତ୍ୱ ହାସଲ କରିଥିଲେ । କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ବାଲବର୍ଗର ଛାତ୍ରୀ ପ୍ରଜ୍ଞା କୁମାରୀ ଗୌଡ ଓ ଛାତ୍ର ଶୁଭମ କୁମାର ପାତ୍ର , କିଶୋର ବର୍ଗର ଛାତ୍ର ରୋହନ କୁମାର ପାତ୍ର ଚମ୍ପିଅନ୍ ରୂପେ ବିବେଚିତ ହୋଇଥିଲେ। ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବୁଗୁଡା ଶାଖା ପରିଚାଳକ ନିହାର ରଞ୍ଜନ ଜେନା , ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପରିଚାଳକ ସୁବ୍ରତ କୁମାର ପାତ୍ର ଓ ଶିକ୍ଷାବିତ୍ ରଘୁନାଥ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଲବର୍ଗର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ , ପ୍ରଧାନାଚାର୍ଯ୍ୟ ଆଟଲ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ, ଶାରୀରିକ ପ୍ରମୁଖ ଲଡୁ କିଶୋର ନାୟକ କ୍ରୀଡା ବିବରଣୀ ପଠନ, ଗୁରୁମା ପ୍ରତିମା ସାହୁ ଓ ସରୋଜା ପଟ୍ଟନାୟକ କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା ,ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗି ସଂଯୋଜନା ଓ ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଧନ୍ୟବାଦ ଅର୍ପଣ ଦାୟିତ୍ୱ ନିର୍ବାହ କରିଥିଲେ ।

ପରିଶେଷରେ ଅତିଥିଙ୍କ ଦ୍ବାରା କ୍ରୀଡା ପତାକା ଅବତରଣ ସାଙ୍ଗକୁ କ୍ରୀଡା ଜ୍ୟୋତିକୁ ନିର୍ବାପିତ କରାଯାଇ ଉତ୍ସବ ସମାରୋପ ଘୋଷଣା କରାଯାଇଥିଲା। ଏହି ଉତ୍ସାହପ୍ରଦ ବାର୍ଷିକ କ୍ରୀଡା ସମାରୋହ ପରିଚାଳନାରେ ଶିଶୁ ମନ୍ଦିରର

ସମସ୍ତ ସେବାବ୍ରତୀ ସକ୍ରିୟ ସହଯୋଗ କରିଥିଲେ ।