November 15, 2024

 ବେଳାଭୂମି ସାହିତ୍ୟ ସଂସଦର କବିତା କାର୍ଯ୍ୟକ୍ରମ “ନୀଳ ତରଙ୍ଗ”

Share

 

ଅସ୍ତରଙ୍ଗ,୨୬.୦୩ – ସାହିତ୍ୟ ସଭ୍ୟତାର ଅସ୍ତିତ୍ଵ ଭାଷା ହେଉଛି ଜାତିର ଅସ୍ମିତା । ଭାଷା ବଞ୍ଚିଲେ ଜାତି ବଞ୍ଚିବ ଓ ସାହିତ୍ୟ ମଧ୍ୟ ଚିର କାଳ ସମୃଦ୍ଧ ହେବ ବୋଲି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିର ଜାହାନୀଆ ବେଳାଭୂମି ଠାରେ ରବିବାର ଦିନ ବେଳାଭୂମି ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ସାହିତ୍ୟ ଉତ୍ସବ “ନୀଳ ତରଙ୍ଗ” ଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଯୁବ ବ୍ୟାପାର ଗୃହ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଏହା ମତବ୍ୟକ୍ତ କରିଛନ୍ତି । ବେଳାଭୂମି ସାହିତ୍ୟ ସଂସଦର ସଭାପତି ଶ୍ରୀ ଚିତ୍ତରଞ୍ଜନ ବିଶ୍ଵାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ନୀଳ ତରଙ୍ଗ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ପ୍ରଦୀପ ପ୍ରଜୋଳନ କରି ଉଦଘାଟନ କରିବା ପରେ ବେଳାଭୂମି ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ଶ୍ରୀ ଦୁଃଶାସନ ନାୟକ ସଂପାଦକୀୟ ବିବରଣୀ ପାଠକରି ସଂସଦର ନୂତନ ଗୃହ, ପାଠାଗାର, ବେଳାଭୂମି ମହୋତ୍ସବ, ବୋଇତ ବନ୍ଦାଣ ଉତ୍ସବ, ପୀଠର ପର୍ଯ୍ୟଟନର ବିକାଶ ସହ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ଉପରେ ମନ୍ତ୍ରୀ ଓ ଉପସ୍ଥିତ ଥିବା ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ । ମନ୍ତ୍ରୀ ତାଙ୍କ ଭାଷଣ ପ୍ରସଙ୍ଗରେ ଅସ୍ତରଙ୍ଗ ଅଞ୍ଚଳର ଏକ ଉପାନ୍ତ ବେଳାଭୂମିରେ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ବେଳାଭୂମି ସାହିତ୍ୟ ସଂସଦ ଯେଉଁ ପ୍ରୟାସ ଜାରି ରଖିଛି, ତାହାକୁ ଭୂୟସୀ ପ୍ରଶଂସା କରିବା ସହ ସଂସଦର ଗୃହ, ପାଠାଗାର ସହ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ପର୍ଯ୍ୟଟନ ଓଡିଆ ଭାଷା ଓ ସଂସ୍କୃତି ସାମାଜିକ କଲ୍ୟାଣ ବିଭାଗ ଦ୍ଵାରା ଅସ୍ତରଙ୍ଗ ଅଞ୍ଚଳର ଜନସାଧାରଣଙ୍କର ମିଳିତ ସହଯୋଗରେ ବୋଇତ ବନ୍ଦାଣ ଉତ୍ସବ ସହ ବେଳାଭୂମି ମହୋତ୍ସବ କରାଯିବ ବୋଲି ନିଳ ତରଙ୍ଗ କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ସ୍ଵାଧୀନ କୁମାର ନାୟକ ଯୋଗଦେଇ ବେଳାଭୂମି ସାହିତ୍ୟ ସଂସଦର ଏହି ଲୋକାଭିମୁଖୀ ବା ସଚେତନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ କିପରି କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇ ପାରିବ ସେ ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମହୋତ୍ସବ ପାଇଁ ଆସନ୍ତା ଦୁଇ ମାସ ଭିତରେ ଏକ କମିଟି ଗଠନ କରାଯାଇ ଏହାର ରୂପ ରେଖ ପ୍ରସ୍ତୁତ କରାଯିବ ବୋଲି ପ୍ରକାଶ କରିଥିଲେ । ଏଥିରେ ସମ୍ମାନିତ ଅତିଥ ଭାବେ ବରିଷ୍ଟ ପ୍ରଶାସକ ଅଲେଖ ଚନ୍ଦ୍ର ପଢିଆରି, ବ୍ୟଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ, କୁମାର କବି ପ୍ରଶାନ୍ତ କୁମାର ବାହିନୀ ପତି, ଛୁରିଆନା ସରପଞ୍ଚ କ୍ଷୀରୋଦ କାଣ୍ଡି, ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ, ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ବେଳାଭୂମି ସାହିତ୍ୟ ସଂସଦ ଗ୍ରହଣ କରିଥିବା ମହତ୍ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂଶା କରିଥିଲେ । ଦୈନିକ” ସମୟ “ର ସବ ଏଡିଟର ଶରତ ଚନ୍ଦ୍ର ସାହୁ, ସାମ୍ବାଦିକ ଅକ୍ଷୟ ନାୟକ, ସ୍ତମକାର ଲଲାଟେନ୍ଦୁ ପଲାଉରି, କବୟିତ୍ରୀ ସଂହିତା ମହାନ୍ତି, ଶିକ୍ଷକ ହୃଦାନନ୍ଦ ସାସମଲ, ଦିପ୍ତିମୟୀ ମହାନ୍ତିଙ୍କ ସମେତ ୪୦ଜଣଙ୍କୁ ତାଙ୍କର ପାରଦର୍ଶିତା ଅନୁଯାୟୀ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ ଯାଇଥିଲା। ପ୍ରାରମ୍ଭରେ କବିତା ପାଠ ଓ ସାହିତ୍ୟ ଆଲୋଚନା କରାଯାଇଥିଲା । ଉକ୍ତ ଉତ୍ସବକୁ ପରିଚାଳନା କରିଥିଲେ ସାହିତ୍ୟ ସଂସଦର ସଂଯୋଜକ ସୋଭାକର ବେହେରା ଓ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ରୁ ୧୦୦ରୁ ଉର୍ଦ୍ଧ କବି ଓ କବୟିତ୍ରୀ ଯୋଗ ଦେଇଥିଲେ ।
( ଦୁଃଶାସନ ନାୟକ ଅସ୍ତରଙ୍ଗ)