April 8, 2025
Share

*ଖବର ଆଜିର*

ତାରିଖ ୧୯/୦୩/୨୦୨୩ ରବିବାର ।

 

ଏଥର ବି ବିଭ୍ରାଟ ବିବାଦରୁ ମୁକୁଳି ପାରିଲା ନାହିଁ ମାଟ୍ରିକ୍ ପରୀକ୍ଷା ।ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଲା, ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଛି । କିଛି ପରୀକ୍ଷାର୍ଥୀଙ୍କ B-ସେଟରେ A-ସେଟର ପ୍ରଶ୍ନ ଯୋଡ଼ିହେବା ଏବଂ ପ୍ରଶ୍ନପତ୍ରରେ ୫୦ ବଦଳରେ ୪୯ଟି ପ୍ରଶ୍ନ ରହିଥିବା ଦେଖିବାକୁ ମିଳିଛି । ବୋର୍ଡ କର୍ତ୍ତୃପକ୍ଷ ଏବଂ ଗଣଶିକ୍ଷା ମନ୍ତ୍ରୀ ଏହା ମୁଦ୍ରଣଜନିତ ତ୍ରୁଟି ବୋଲି ମାନିବା ସହ ମୂଲ୍ୟାୟନ ସମୟରେ ପିଲାଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।

 

UNHRCରେ ଭାରତର ବିକାଶ ମଡେଲକୁ ପ୍ରଶଂସା, ସଦସ୍ୟ ରାଷ୍ଟ୍ର କହିଲେ-ଅନୁକରଣୀୟ ।

 

ଭାରତ-ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ଉଦ୍‌ଘାଟନ କଲେ ମୋଦୀ ଓ ଶେଖ ହସିନା ।

 

ତୁର୍କୀରେ ହୋଇଥିବା ଭୟଙ୍କର ଭୂମିକମ୍ପ ପାଇଁ ୧୦ କୋଟି ସହାୟତା ରାଶି ଘୋଷଣା କଲା ଭାରତର କେରଳ ରାଜ୍ୟ। ଶନିବାର କେରଳ ଅର୍ଥମନ୍ତ୍ରୀ କେଏନ୍‌ ବାଲଗୋପାଳ ଏହି ସୂଚନା ଦେଇଛନ୍ତି।

 

କେତେ ଥର ହୃଦୟ ମୋ ଭାଙ୍ଗିବ କୁହ । ସାମ୍ନାକୁ ଆସିଲେ ଲୋକପ୍ରିୟ ଗାୟକ ରଞ୍ଜନ ଗାଆଣ । କହିଲେ ମୁଁ ଜୀବିତ ଅଛି ।

 

ଇମରାନ ଖାନଙ୍କ ଘରୁ ୫ଟି AK-୪୭ ଏବଂ ଶହ ଶହ ଗୁଳି ଜବତ, ଗୃହଯୁଦ୍ଧ ମୁହାଣରେ ପାକିସ୍ତାନ !

 

ଟ୍ରମ୍ପ କହିଲେ, ଆସନ୍ତା ମଙ୍ଗଳବାରେ ସେ ଗିରଫ ହେବେ, ସମର୍ଥକ ବିରୋଧ କରି ଦେଶ ବଞ୍ଚାଅ।

 

ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣାଗ୍ରସ୍ତ: ପ୍ରଶିକ୍ଷଣ ନେଉଥିବା ମହିଳା ପାଇଲଟଙ୍କ ମୃତ୍ୟୁ, ପ୍ରଶିକ୍ଷକଙ୍କ ପତ୍ତା ମିଳୁନି ।

 

ପଞ୍ଜାବ ଜଳନ୍ଧର ରୋଡରେ ଦେଖିବାକୁ ମିଳିଲା ଚୋରପୁଲିସ ଡ୍ରାମା । ଶହେଟି ଗାଡିରେ ପିଛା କରି ଖଲିସ୍ତାନୀ ସମର୍ଥକ ଅମ୍ରିତ ପାଲଙ୍କୁ ଗିରଫ କଲା ପଞ୍ଜାବ ପୁଲିସ ।

 

ଚୀନକୁ ନେଇ ବଡ ବୟାନ ଦେଲେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ । କହିଲେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ଠୁଳ କରୁଛି ଚୀନ ।

 

ଆଦାନୀ ପ୍ରସଙ୍ଗ ଉପରେ ବୟାନ ରଖିଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ, ଦୋଷ ସାବ୍ୟସ୍ତ ହେଲେ କାହାରିକୁ ମିଳିବନି କ୍ଷମା ।

 

ଧର୍ମାନ୍ତର ଆଇନ ଉପରେ ଜବାବ ପାଇଁ ରାଜ୍ୟଗୁଡ଼ିକୁ ୩ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ ।

 

ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ୨୦୨୪ରେ ପୁଣିଥରେ ସରକାର ଗଠନ କରିବ ଏବଂ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି।

 

ଓଡ଼ିଶା ଖଦୀ ବୋର୍ଡ କର୍ମଚାରୀଙ୍କ ପେନସନ ମାମଲା: ସୁପିମକୋର୍ଟରେ ହାଇକୋର୍ଟଙ୍କ ରାୟ ରଦ୍ଦ।

 

ଫିଲ୍ମ ସୁଟ୍ ପାଇଁ ସିଙ୍ଗଲ୍‌ ୱିଣ୍ଡୋ କ୍ଳିୟରାନ୍ସକୁ ଅନୁମତି।

 

ଆମେରିକାରେ ଜୋକୋଭିଚ୍‌ଙ୍କୁ ନୋ ଏଣ୍ଟ୍ରି, କରୋନା ଟିକା ନେଇ ନଥିବାରୁ ଖେଳି ପାରିବେନି ମିୟାମୀ ଓପନ ।

 

ATK ମୋହନ ବାଗାନ୍ ପୁଣି ISL ଚମ୍ପିଆନ: ରୋମାଞ୍ଚକର ଫାଇନାଲରେ ପେନାଲ୍ଟି ସୁଟଆଉଟ୍‌ରେ ହାରିଲା ବେଙ୍ଗାଲୁରୁ ଏଫସି।

 

ମୋତେ ଆଇନ ମନ୍ତ୍ରୀଙ୍କ ସହ ଯୁକ୍ତି କରିବାର ନାହିଁ, କଲେଜିୟମ ସିଷ୍ଟମର ପ୍ରଶଂସା କରି ଏମିତି କହିଲେ ସିଜେଆଇ।

 

ବିଶ୍ୱ ଅର୍ଥନୀତି ଦୁର୍ବଳ ଥିବା ବେଳେ ଭାରତର ଅର୍ଥନୀତିର ମଜଭୁତ ଅଛି: ପ୍ରଧାନମନ୍ତ୍ରୀ ମୋଦୀ।

 

ଅର୍ଚ୍ଚନା ନାଗ ନାଁରେ ୪ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆଟାଚ୍ କଲା ଇଡି ।

 

ସୁପ୍ରଭାତ ,ଶୁଭ ସକାଳ ।