October 5, 2024

ସ୍ବଆସ୍ଥାନକୁ ଫେରିଲେ ତିନି ଠାକୁର 

Share

 

ବୁଗୁଡା : ତା ୧୯/୦୭/୨୪ : ଆଜି ଆସ୍ଥାନକୁ ଫେରିଛନ୍ତି ତିନି ଠାକୁର l ଅପରାହ୍ନରେ ମଝି ଦାଣ୍ଡରେ ଅଟକି ଥିବା ରଥକୁ ହଜାର ହଜାର ଭକ୍ତଙ୍କ ଗହଣରେ ରଥ ଟଣା ହୋଇ ମନ୍ଦିର ପର୍ଯ୍ୟନ୍ତ ଅଣା ଯାଇଥିଲା l ସକାଳେ ମଙ୍ଗଳ ଆଳତି, କାଠି ଆଳତି, ଠାକୁରଙ୍କୁ ପୁରୁସୂକ୍ତ ମନ୍ତ୍ରରେ ସ୍ନାନ ପରେ ବାଳ ଭୋଗ ଏବଂ ମହାଲକ୍ଷ୍ମୀଙ୍କ ଅନ୍ନ ଭୋଗ ପରେ ଅପରାହ୍ନରେ ପୁରୋହିତଙ୍କ ଦ୍ୱାରା ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ମହାଲକ୍ଷ୍ମୀ ଭେଟ, ମାଉସୀ ମା’ ପୋଡ଼ପିଠା ଭୋଗ ପରେ ରଥ ପରିକ୍ରମା କରି ମହାଲକ୍ଷ୍ମୀ ଚାହାଣି ମଣ୍ଡପରେ ବିଜେ କରିଥିଲେ l ଏହା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଥିଲା l ସନ୍ଧ୍ୟା ଆଳତି ପରେ ତିନି ଅଧର ପଣା କାର୍ଯ୍ୟ ଶେଷ ହେବା ପରେ ତିନି ଠାକୁର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସମୟରେ ମହାଲକ୍ଷ୍ମୀ କବାଟ କିଳି ଦେଇଥିଲେ । ଏହାପରେ ଗୁଣ୍ଡିଚା ବିଜେ ପୁରାଣ ପାଠ ହୋଇଥିଲା l ପ୍ରଥମେ ବଳଦେବ ଓ ଦ୍ଵିତୀୟରେ ଜଗନ୍ନାଥ ଓ ସୁଭଦ୍ରା ଲକ୍ଷ୍ମୀଙ୍କୁ ଭେଟି ତାଙ୍କର ମାନ ଭଞ୍ଜନ ପରେ ତିନି ଠାକୁର ସିଂହାସନ ଆରୋହଣ କରିଥିଲେ l ମନ୍ଦିର ପରିଚାଳନା କମିଟିର ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ l