November 25, 2024

ପଦ ଛାଡିବେ ମୋହନ, ଚୌକିରେ ବସିବେ ମନମୋହନ

Share

ଭୁବନେଶ୍ବର,(ରାଜାରାମ ଷଡଙ୍ଗୀ):ପଦ ଛାଡିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଆଉ ଚୌକିରେ ବସିବେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ। ଏହା ଶୁଣିବା ବା ଜାଣିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟା ସଂପୂର୍ଣ୍ଣ ସତ ହେବାକୁ ଯାଉଛି।ମନମୋହନଙ୍କ ନେତୃତ୍ୱରେ ହିଁ ରାଜ୍ୟରେ ପ୍ରଥମ ଥର ପାଇଁ ନବୀନ ସରକାରକୁ ହଟାଇ ବିଜେପି ସରକାର ଗଠନ କରିଛି। ଏହାର ଶ୍ରେୟ ନିଶ୍ଚିତ ଭାବରେ ମନମୋହନଙ୍କ ଉପରକୁ ଯିବ। ନିର୍ବାଚନରେ ସେ ହାରିଯାଇଥିଲେ ମଧ୍ୟ ମନମୋହନଙ୍କ ନେତୃତ୍ୱରେ ବିଜେପିର ବିଜୟ ପାଇଁ ମନମୋହନ ସାମଲକୁ ମିଳୁଛି ବଡ ପୁରସ୍କାର।ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଛାଡିବାକୁ ହେବ ପଦ । ସ୍ୱାଧିନ ଭାବରେ ଦାୟିତ୍ୱ ନେବେ ମନମୋହନ।ଏଭଳି ଏକ ବଡ ନିଷ୍ପତ୍ତି ବିଷୟରେ ଜାଣିବ ଓଡିଶା।ଶୁଣାଯାଉଛି ଏଥିପାଇଁ ପ୍ରସ୍ତୁତି ମଧ୍ୟ ସରିଛି।କେବଳ ଔପଚାରିକତା ଘୋଷଣାକୁ ବାକି ଅଛି। ମନମୋହନ ସାମଲଙ୍କୁ ଏହି ଉପଯୁକ୍ତ ସମ୍ମାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ମୋହନ ଓଡିଶାରେ ପ୍ରଥମ ଥର ପାଇଁ ନିଜର ତ୍ୟାଗ ଦେଖାଇବେ।ଅର୍ଥାତ୍ ଅଧ୍ୟକ୍ଷ ପଦ ନିଜ ପାଖରେ ନରଖି ମନମୋହନଙ୍କ ଉପରେ ଛାଡି ଦେଇ ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେବାକୁ ଯାଉଛନ୍ତି ସରକାର !ପୁର୍ବରୁ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରହି ଅନ୍ୟ ଜଣଙ୍କୁ ଉପାଧ୍ୟକ୍ଷ କରାଯାଉଥାଏ। ବର୍ତ୍ତମାନ କିନ୍ତୁ ଏହି ପରମ୍ପରାରେ ପରିବର୍ତ୍ତନ ହୋଇପାରେ ।ମୁଖ୍ୟମନ୍ତ୍ରୀ ଏହି ପଦରେ ନରହି ଯୋଜନା ବୋର୍ଡର ଅଧ୍ୟକ୍ଷ ଭାର ମନମୋହନଙ୍କ ଉପରେ ଛାଡି ଦେଇ ସମ୍ମାନ ଦେବାକୁ କୁଆଡେ ନିଷ୍ପତ୍ତି ନେଇଛନ୍ତି।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed