September 29, 2024

କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି

Share

 

କାଶୀନଗର 25/06/24

ଗଜପତି ଜିଲ୍ଲାର ଏକ ମାତ୍ର ବିଜ୍ଞାପିତ ଅଂଚଳ ପରିଷଦ ତଥା ଉପାନ୍ତ ଓ ଆଦିବାସୀ ବହୁଳ ଅଂଚଳ ଅଟେ. ଏଠାରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର 1992 ମସିହା ରେ ମାନ୍ୟତା ପାଇଛି. କିନ୍ତୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ହେଲେ ସିନିଅର ସ୍ପେସିଆଲିଷ୍ଟ ଡାକ୍ତର ନାହାନ୍ତି. ମେଡିକାଲ ଅଫିସର ଇନଚାର୍ଜ ପୋଷ୍ଟ ଜଣେ କ୍ଲାସ ୱାନ ଡାକ୍ତର ନିଯୁକ୍ତି ପାଇବା ନିୟମ ରହିଥିଲେ ମଧ୍ୟ ଜଣେ ଜୁନିଅର ଡାକ୍ତର ଇନଚାର୍ଜ ରହିଛନ୍ତି. ତାଙ୍କ ପରିଚାଳନା ରେ ବ୍ୟପକ ବିଭାର୍ଟ ଦେଖାଯାଉଛି. କୌଣସି ଜାତୀୟ ରାଜ୍ୟ ସଚେତନ କାମ, ଟ୍ରେନିଂ ଆଦି ହେଉନାହିଁ. ବର୍ତମାନ ମାତ୍ର ଚାରି ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦିଆଯାଇଛି. ସେମାନେ ସମସ୍ତେ କଣ୍ଟାକ୍ଟ ଡାକ୍ତର. ନିଜର ପି ଜି ପରୀକ୍ଷା ପାଇଁ ବ୍ୟସ୍ତ ରହି ଡାକ୍ତରଖାନା କୁ ଚିକିତ୍ସା ଦେବାକୁ ନିୟମିତ ଯାଆନ୍ତି ନାହିଁ. ଯାହା ଫଳରେ ବହୁ ଲୋକ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି. 20 ତାରିଖ ଠାରୁ ସମସ୍ତ ଡାକ୍ତର ପିଜି ପରୀକ୍ଷା ଦେବା ପାଇଁ ଯାଇଛନ୍ତି. ଯାହା ଫଳରେ ଚିକିତ୍ସା ପାଇଁ ଜଣେ ଆୟୁଷ ଡାକ୍ତର ଦ୍ୱାରା ଚିକିତ୍ସା ଚାଲିଛି. ଜିଲ୍ଲା ଚିକିତ୍ସାଧିକାରୀ ମଧ୍ୟ ହେଡକ୍ୱାର୍ଟଏର ଜଣେ ହେଲେ ଡାକ୍ତର ଙ୍କୁ ଏଠାକୁ ପଠାଉ ନାହାନ୍ତି. ଯାହା ଫଳରେ ଚିକିତ୍ସା ପାଇଁ ଆନ୍ଧ୍ର ବାଧ୍ୟ ହୋଇ ଯାଉଛନ୍ତି. ଚିକିତ୍ସା ସେବା ବର୍ତମାନ ଠପ ହୋଇଯାଇଛି. ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ ସିନିଅର ଇନଚାର୍ଜ,ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶିଶୁ ଚିକିତ୍ସା ବିଶେଷଜ୍ଞ ନିଯୁକ୍ତି ନିୟମ ରହିଛି. କିନ୍ତୁ ଦୀର୍ଘ 10 ବର୍ଷ ହେଲା ଏଠାରେ ଏହି ପୋଷ୍ଟ ଖାଲି ପଡ଼ିଥିଲେ ମଧ୍ୟ ସରକାର ଦୁଷ୍ଟି ଦେଉନାହାନ୍ତି. ଦାନ୍ତ ଡାକ୍ତର,ଆଖି ସହାୟକ, ପଥୋଲୋଜି ଜରୁରୀ କାଳୀନ ଚିକିତ୍ସା ନିମନ୍ତେ ପଦବୀ ଖାଲି ରହିଛି. ବର୍ତମାନ ବର୍ଷା ଋତୁ ଆଗମନ ଦ୍ୱାରା ଜର କାଶ ଥଣ୍ଡା ଡ଼ିଏରିଆ ପରି ରୋଗ ଦୈନିକ ଏହି ଡାକ୍ତର ଖାନାକୁ ଆସନ୍ତି ଚିକିତ୍ସା ପାଇଁ ବିଭିନ୍ନ ଅଂଚଳରୁ କିନ୍ତୁ ଡାକ୍ତର ବିନା କି ଚିକିତ୍ସା ସୁବିଧା ପାଇବେ. ସରକାର ସ୍ୱାସ୍ଥ୍ୟ ବିଭାଗ ଦୁଷ୍ଟି ଦେଇ ରଥଯାତ୍ରା ବେଳକୁ ଯଦି ଏଠାରେ ଏହି ପଦବୀ ଗୁଡିକ ପୂରଣ ନ ହୁଏ ଜନସାଧାରଣ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବେ ବୋଲି ଜଣାଯାଇଛି.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର