September 29, 2024

ଅଭିଭୂକ୍ତ କୋରାପୁଟ ଜିଲ୍ଲା ରୋଷେୟା ଏବଂ ସେବାୟତ ସଂଘର ଜିଲ୍ଲା କମିଟି ତରଫରୁ ଦାବିପତ୍ରପ୍ରଦାନ…….

Share

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଭାଲୁଗୁଡ଼ା ସ୍ଥିତଠାରେ ଅନୁସୂଚିତ ଜାତି
ସଂଖ୍ୟା ଲଘୁ ସମ୍ବଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ରାଜ୍ୟ କେବିନେଟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ବାସ ଭବନରେ ଆଜି ଅଭିଭୂକ୍ତ କୋରାପୁଟ ଜିଲ୍ଲା ରୋଷେୟା ଏବଂ ସେବାୟତ ସଂଘର ଜିଲ୍ଲା କମିଟି ଦାବିପତ୍ର ଦେଇଛନ୍ତି ଯାହାକି ନବରଙ୍ଗପୁର ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସେବା ଆଶ୍ରମ ଠାରେ ପରିଚାଳିତ ସମସ୍ତ ସେବାୟତ ଓ ରସେୟା ଆଜକୁ ୩୦ବର୍ଷ ଅର୍ଥାତ ୧୯୯୩ମସିହା ଠାରୁ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ୁଥିବା ଶିଶୁ ଛାତ୍ର ଛାତ୍ରୀଙ୍କୁ ଖାଇବା ଠାରୁ ଆରମ୍ବ କରି ତାଙ୍କୁ ରକ୍ଷାଣ ବେକ୍ଷଣ ସେବା ମଧ୍ୟ କରିଆସୁଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କି ଯେ ୧୯୯୩ମସିହା ପରଠାରୁ ଏ ଯାବତ ଜଣଙ୍କୁ ମଧ୍ୟ ସରକାରୀ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିନାହାନ୍ତି କେବଳ ମାର୍ସିକ ଦରମା ଭତା ୧୨୦୦୦/ ଟଙ୍କା ଦେଇ ବିଭାଗ ଅର୍ଡର ଦେଉଛନ୍ତି କିନ୍ତୁ ଯାହା ସ୍ଥାୟୀ ନିଯୁକ୍ତି ପାଇଁ ବିଗତି 25ବର୍ଷ ବିଜେଡି ସରକାର ମଧ୍ୟ ଗୁହାରି ଶୁଣିଲେ ନାହିଁ ଏଣୁ ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଆସିବା ପରେ ସ୍ଥାୟୀ ନିଯୁକ୍ତି ଆଶାୟୀ ପାଇଁ ଗୁହାରି କରିଛନ୍ତି ଏହି ଗରିବହିତ ଭାଗିଦାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଲାଗି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଦାବି ଜଣାଇଛନ୍ତି ଏଥିରେ ଯୋଗ ଦେଇଥିଲେ ଜିଲ୍ଲା ସଂଘର ଉପସଭାପତି ସିନ୍ଧୁ ଭତ୍ରା, ସଂପାଦକ ରାଜେନ୍ଦ୍ର ନାୟକ, ବ୍ଲକ ସଭାପତି କୌଲାସ ପ୍ରଧାନୀ, ସୁରେନ୍ଦ୍ର ନାୟକ, ତୁଲେଶ୍ଵର ନାୟକ, ଉମରକୋଟ ବ୍ଲକ ସଭାପତି ରାଜୁ ନାୟକ, ଶଙ୍କର କେଉଟ, ଦିନୁ ଭତ୍ରା, ମୋହନ ସିଂ ପୂଜାରୀ ସୁଶୀଲ ଭତ୍ରା, ନରସିଂହ ଭତ୍ରା, ଉଦୟ ନାଥ ଭତ୍ରା, ଖଗପତି ମାଝୀ, ଗୋପବନ୍ଧୁ ଭତ୍ରା ସମେତ ଉପସ୍ଥିତ ଥିଲେ।