September 29, 2024

ଇଟା ବୋଝେଇ ଟ୍ରାକ୍ଟର ଓଲଟି 5 ଶ୍ରମିକ ଗୁରୁତର ମୋହନା,

Share

ଇଟା ବୋଝେଇ ଟ୍ରାକ୍ଟର ଓଲଟି 5 ଶ୍ରମିକ ଗୁରୁତର ମୋହନା 17/6(ଆପ୍ର) ଗଜପତି ଜିଲ୍ଲା ଅଡବା ଥାନା ପାଣିଗଣ୍ଡା ନିକଟରେ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର l ଏହି ଦୁର୍ଘଟଣାରେ 5 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି l ସେମାନେ ହେଲେ ତୋରାଣିପାଣି ଗାଁର ରାଜେନ୍ଦ୍ର ଶବର (18), ପାର୍ଟିଙ୍ଗା ଶବର(18),ନିମିୟ ବଡରଇତ(19), ସନ୍ତୋଷ ଶବର (16) ଓ ଜିଉରା ଦଳବେହେରା (19) l ସମସ୍ତ ଗୁରୁତର ଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି l ଖବର ପାଇ ଅଡବା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l ସୋମବାର ପୂର୍ବାହ୍ନ ପ୍ରାୟ ସାଢେ 10 ଟାରେ ଏକ ଟ୍ରାକ୍ଟର ପାଣିଗଣ୍ଡା ରୁ ଇଟା ବୋଝେଇ କରି ତୋରାଣିପାଣି ଗାଁ କୁ ଯାଉଥିଲା l ତେବେ ପାଣିଗଣ୍ଡା ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଡାଲା ରାସ୍ତା କଡ଼କୁ ଓଲଟି ପଡିଥିଲା l ଫଳରେ ଟ୍ରାକ୍ଟର ଡାଲାରେ ଥିବା ଇଟା ଉପରେ ବସିଥିବା 5 ଶ୍ରମିକ ତଳେ ପଡିଯିବା ସହ ଇଟା ତଳେ ଚାପି ହୋଇ ରହିଯାଇଥିଲେ l ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି l ପ୍ରାଥମିକ ଚିକିତ୍ସା ପରେ ସଂକଟlପନ୍ନ ଥିବା ରାଜେନ୍ଦ୍ର କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି l ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଜବତ କରିବା ସହ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l