April 25, 2026

ଉମରକୋଟର ରାଧା ସାନ୍ତା ଜାତୀୟ ଯୁବ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ମନୋନୀତ…….

IMG-20240609-WA0019
Share

 

ଉମରକୋଟ (ଏମ.ଦିନା°ଶୁ ଆଚାରୀ) ଉମରକୋଟ ନିକଟସ୍ଥ ବିଏସ ପଦର ଠାରେ ଥିବା କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ରାଧା ସାନ୍ତା ୧୯ ତମ ଜାତୀୟ କ୍ରିଡ଼ା ପ୍ରତିଯୋଗୀତା ରେ ୩୦୦୦ ମିଟର ରେସ ୱାକିଂରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ଜୁନ ୧୫ ରୁ ୧୭ ଯାଏଁ ଜାତିୟ ଯୁବ କ୍ରୀଡା ପ୍ରତିଯୋଗିତା ଛତିଶଗଡ ରାଜ୍ଯ ବିଳାସପୁର ଠାରେ ଥିବା ବାହାତରାଲ କ୍ରୀଡ଼ା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ରାଧାଙ୍କ ଘର ଉମରକୋଟ ବ୍ଳକ କାରାଗାଁ ଗ୍ରାମ ପଞ୍ଚାୟତର ଚଚରାଗୁଡା ଗ୍ରାମ ଠାରେ।ସେ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ କ୍ରୀଡ଼ା ଶିକ୍ଷକ ସପନ ବୈରାଗୀ ଓ
ଏମ.ବିଜୟଙ୍କ ଦ୍ଵାରା ତାଲିମ ପାଉଥିଲେ। ନିକଟରେ ଓଡ଼ିଶାରେ ଅନୁଷ୍ଠିତ ହୋଇ ଥିବା ୭୦ ତମ ରାଜ୍ୟ କ୍ରୀଡା ପ୍ରତିଯୋଗିତାରେ ରାଧା କଂସ ପଦକ ହାସଲ କରିଥିଲେ। ରାଜ୍ଯ କ୍ରିଡ଼ା ପ୍ରତିଯୋଗୀତାରେ ସଫଳ ହେଇଥିବ। ଓଡିଶାର ମୋଟ ୩୬ ଜଣ ଏହି ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଈଁ ମନୋନୀତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରାଧା ଜଣେ ହିଁ କ୍ରୀଡ଼ାବିତ ଯିଏ କି ଏହି ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶା ଦଳ ବିଳାସପୁର ଅଭିମୁଖେ ୧୨ ଜୁନରେ ଯାତ୍ରା କରିବେ ଓ ୧୯ ଜୁନରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ। ଜିଲ୍ଳା କ୍ରିଡ଼ା ସଭାପତି ତଥା ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର, ଉପ ସଭାପତି ଏମ.ବାଲକ୍ରିଷ୍ଣା ରାଓ, ସଂପାଦକ ଅର୍ଜୁନ ତ୍ରିପାଠୀ, କ୍ରିଡ଼ା ସମ୍ପାଦକ ଜିତେନ୍ଦ୍ର ପରିଛା, ଇନ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଫୁଟବଲ ସମ୍ପାଦକ ମନୋହର ମହାନ୍ତି, ହକି ସଂପାଦକ ଦୁର୍ଗା ପ୍ରସାଦ ମଲିକ , ଯୁଗ୍ମ ସମ୍ପାଦକ ପପୁ ଝିଲାନି ପ୍ରମୁଖ ରାଧାଙ୍କୁ ଶୁଭେଛା ଜଣାଇଛନ୍ତି।