April 25, 2026

ଗଜପତି ଜିଲ୍ଲାରେ ୬୪ % ମତଦାନ, ଜିଲ୍ଲାପାଳ ନିଜ ମତ ସାବ୍ୟସ୍ତ କଲେ ଜିଲ୍ଲା ମୁଖ୍ୟାଳୟ ର ୧୮୧ନମ୍ବର ବୁଥ ରେ ….

bokj
Share

ଗଜପତି ଜିଲ୍ଲାର ଦୁଇ ଟି ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡି। ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୬୪.୨୩ ଶତକଡା ଭୋଟ ଗ୍ରହଣ ହୋଇଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀରେ ୬୩.୨୫ ଶତକଡା ଭୋଟର ନିଜ ମତ ସାବ୍ୟସ୍ତ କରିଛନ୍ତି। କିଛି ସ୍ଥାନରେ ଇ ଭି ଏମ ତ୍ରୁଟି ଦେଖାଯାଇଥିବା ବେଳେ ମୋହନା ବ୍ଲକ ଦାୟିତ୍ଵରେ ଥିବା ଭାରପ୍ରାପ୍ତ ଅଧିକାରୀ ତଥା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଅଧିକାରୀ ମାନଙ୍କୁ ପଠାଇ ତ୍ରୁଟି ଗୁଡିକ ସୁଧାରି ନିର୍ବାଚନ କୁ ସୁଚାରୁରୂପେ ପରିଚାଳନା କରିଥିଲେ। ମୋହନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଶେଷ ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଏବଂ ନିର୍ବାଚନ ଦାୟିତ୍ଵରେ ଥିବା ଅଧିକାରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ। ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପାରଳାଖେମୁଣ୍ଡି ସହର ମଧ୍ୟରେ ଥିବା ୧୮୧ନମ୍ବର ବୁଥ ଗୌର ଚନ୍ଦ୍ର ଗଜପତି ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଥିବା କେନ୍ଦ୍ର ରେ ନିଜ ମତ ସାବ୍ୟସ୍ତ କରିଥିଲେ। ଗଜପତି ଜିଲ୍ଲା ର ମୋହନା ନିର୍ବାଚନ ମଣ୍ଡଳୀରେ ୨୪୫୯୧୨ ଜଣ ଭୋଟର ଥିବା ବେଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୧୭୫୫୫ଭୋଟର ଥିବା ଜଣାପଡିଛି। ଜିଲ୍ଲା ରେ ସମସ୍ତ ଅଞ୍ଚଳରେ ସୁରୁଖୁରୁରେ ମତଦାନ ଶେଷ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମଧ୍ୟରେ ରହିଛି। କିଏ ବିଜୟୀ ହେବ ଆସନ୍ତା ୪ ତାରିଖରେ ଜଣାପଡ଼ିବ। ସମସ୍ତ ଦଳ ପ୍ରାର୍ଥୀଙ୍କ ହୃଦ୍ ସ୍ପନ୍ଦନ ବଡିଯାଉଥିବା ଅନୁମାନ ହେଉଛି। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଦେଖିବାକୁ ବାକି ରହିଲା।