April 29, 2026

କବିରାଜ ଗଜାନନ ତ୍ରିପାଠୀ ଙ୍କୁ ଡକ୍ଟରେଟ ଉପାଧି ….

eac
Share


ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସ୍ଥାନୀୟ ଥାନା ରୋଡ ବାସିନ୍ଦା ଅଞ୍ଚଳର ବରିଷ୍ଟ ସାମ୍ବାଦିକ ତଥା କବିରାଜ ଗଜାନନ ତ୍ରିପାଠୀ ଙ୍କୁ ଡକ୍ଟରେଟ ଉପାଧି ମିଳିଥିବା ଜଣାପଡିଛି। ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ବିଶ୍ଵ ସଂସ୍କୃତି ପରିବେଶ ସୁରକ୍ଷା କମିଶନ ନୂଆଦିଲ୍ଲୀ ପକ୍ଷରୁ ମାର୍ଚ୍ଚ ୨୦ ତାରିଖରେ ଏହି ଉପାଧି ପ୍ରଦାନ କରାଯାଇଛି। ଗଜାନନ ତ୍ରିପାଠୀ ଏକା ଧାରରେ ଜଣେ ସାମ୍ବାଦିକ, ସାମାଜିକ କର୍ମୀ, ଆୟୁର୍ବେଦ ଚିକିତ୍ସା ବିଶାରଦ ସହ ଆଇନ ଯିବି ମଧ୍ୟ ରହିଛନ୍ତି। ସମ୍ମାନ ଜନକ ଡକ୍ଟରେଟ ଉପାଧି ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି। ଡ଼କ୍ଟର ଗଜାନନ ତ୍ରିପାଠୀ ଶୁଭେଚ୍ଛା ଜଣାଉଥିବା ଶୁଭେଖାଙ୍କି ମାନଙ୍କୁ ଅନ୍ତରରୁ ଶୁଭେଚ୍ଛା ପ୍ରଦାନ କରି ସହଯୋଗ କାମନା କରିଛନ୍ତି।

You may have missed