May 14, 2026

ବ୍ରହ୍ମଗିରି ରେ ରମେଶଙ୍କ ପ୍ରତି ବଢୁଛି ସମର୍ଥନ, ରମେଶ ଲଢ଼ିବେ ସ୍ୱାଧୀନ ପ୍ରାର୍ଥୀ ଭାବେ …

ggs
Share


ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ଓଡିଶା ର ବ୍ୟୟବହୁଳ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କଥା l ଚଳିତ ୨୦୨୪ ସାଧାରଣ ନିର୍ବାଚନ ରେ ପୂର୍ବତନ ବିଧାୟକ ଏବଂ ପୂର୍ବତନ ଯୋଜନା ବୋର୍ଡ ଅଧକ୍ଷ ସଞ୍ଜୟ ଦାସବର୍ମା ବ୍ରହ୍ମଗିରି ରୁ ନିର୍ବାଚନ ନ ଲଢ଼ି ସତ୍ୟବାଦୀ ରୁ ଲଢୁଛନ୍ତି, ସେହିଭଳି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବ୍ରହ୍ମଗିରି ରୁ ବିଜୁ ଜନତା ଦଳ ଟିକେଟରୁ ଲଢ଼ିବା ପାଇଁ ନବୀନ ପଟ୍ଟନାୟକ ଘୋଷଣା କରିବା ପରଠାରୁ ଉମା ବିଜେଡି ସମର୍ଥକ ଙ୍କୁ ନେଇ ରୋଡ଼ ସୋ କରୁଥିବା ବେଳେ ବିଭିନ୍ନ ଜାଗାରେ ଜନତା ବିରୋଧ କରୁଥିବା ର ଦେଖିବାକୁ ମିଳୁଛି l ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ଏପର୍ଯ୍ୟନ୍ତ ଲଳିତେନ୍ଦୁ କି ଉପାସନା କାହାକୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଭାବେ ଘୋଷଣା କରିନାହାନ୍ତି l କିନ୍ତୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ଜନତା ବ୍ରହ୍ମଗିରି ର ବିକାଶ ପାଇଁ ନୂଆ ନେତା ଭାବେ ବାଛିଛନ୍ତି ପୂର୍ବତନ ବ୍ଲକ ଅଧକ୍ଷ ସ୍ବର୍ଗତ ରାମଚନ୍ଦ୍ର ପ୍ରଧାନଙ୍କ ସୁପୁତ୍ର ରମେଶ ପ୍ରଧାନଙ୍କୁ l ଆଜି ରମେଶ ନିଜର ଜନ ଜାଗରଣ ସମାବେଶ ହଜାର ରୁ ଉର୍ଦ୍ଧ ସମର୍ଥକ ଙ୍କୁ ନେଇ ସଦର ଅଞ୍ଚଳରେ ସଭା କରିଛନ୍ତି l ଏହି ସଭାରେ ସାଧାରଣ ଜନତା ସଭାରେ ହଲାକରି କହିଥିଲେ ରମେଶ ଭାଇଙ୍କୁ ଆମେ ବିଧାୟକ ଭାବେ ଦେଖିବାକୁ ଚାହୁଁଛୁ l ଆମେ କୌଣସି ଉଡ଼ା କାଉ କି ବାହାର ଜିଲ୍ଲା ର ବୋହୂକୁ ଏଠାରେ ପ୍ରଶୟ ଦେବୁନାହିଁ, ଆମେ ସ୍ୱାଧୀନ ରୁ ପ୍ରାର୍ଥୀ କରିବୁ ଏବଂ ଜିତଇବୁ ନିଶ୍ଚିତ l ଏହି ସଭାରେ ରମେଶ ଙ୍କ ପ୍ରତି ଏତେ ଭଲପାଇବା ଦେଖି ରମେଶ ଅତ୍ୟନ୍ତ ଖୁସି ଜଣା ପଡୁଥିଲେ l ରମେଶ କହିଥିଲେ ମୁଁ ବର୍ତମାନ ଆପଣ ମାନଙ୍କ ସହିତ ଅଛି ୨୦୨୪ ପରେବି ଆପଣ ମାନଙ୍କ ସହିତ ସୁଖ ଦୁଃଖ ର ସାଥି ହୋଇ ରହିବି, ନିର୍ବାଚନ ଆସିବ ଯିବ କିନ୍ତୁ ମୁଁ ସବୁବେଳେ ଆପଣଙ୍କ ସହିତ ରହିଛି ଏବଂ ରହିବି ମଧ୍ୟ l ଶେଷରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ ଏବଂ ମାଟିର ପୁଅ ହିସାବରେ ଭଲପାଉଥିବା ଜନତା ତାଙ୍କୁ ନିଶ୍ଚିତ ଜିତାଇବେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ