August 7, 2026

 ମଞ୍ଜୁଲତା ଦଳାଇ ଙ୍କ ପାଲା ପରିବେଷଣ …

bhub
Share

ଅସ୍ତରଙ୍ଗ,,ପବିତ୍ର ଦୋଳ ପୂର୍ଣ୍ଣମୀ ଉପଲକ୍ଷେ କଣମଣ ଓ ସୁନ୍ଦର ଗୋଠ ତରଫରୁ ପାଲା ପରିବେଷଣ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ପାଲା ଦୋଳ ପୂର୍ଣ୍ଣିମା ତିଥିରେ,ଏକ ଦିନ ପାଇଁ ସୁନ୍ଦର ସ୍ଥିତ ଗୋଠରେ ଅନୁଷ୍ଠିତ ହୋଇଥିବା ବେଳେ,ରାତ୍ରରେ ତିନିଦିନ ଧରି କଣମଣ ଗ୍ରାମ ଦେବତୀ ଙ୍କ ନିକଟରେ ଅନୁଷ୍ଠିତ ହେବାକୁ ଯାଉଅଛି। ପଲା ଗାଇକା,ମଞ୍ଜୁଲତା ଦଳାଇ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପାଲାରେ ପାଳିଆ ଜଗବନ୍ଧୁ ବେହେରା,ରବୀନ୍ଦ୍ର ସାହୁ,ପ୍ରଭାତ ସ୍ବାଇଁ ଓ ବାୟକ କେଦାର ସାହୁ ପ୍ରମୁଖ ରହିଛନ୍ତି। ଏହି ପଲା ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା ।ଏହିସବୁ କାର୍ଯ୍ୟକ୍ରମ କୁ ବ୍ରହ୍ମାନନ୍ଦ ଦାସ,ମୋହନ ଦାସ,ସୁରେନ୍ଦ୍ର ବେହେରା,ବୃନ୍ଦାବନ ବେହେରା ସାହାଜି ବେହେରା,ଅନନ୍ତ ନାୟକ,ଆଦି ପରିଚାଳନା କରିଥିଲେ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)

You may have missed