November 24, 2024

ମୁରବି ବିହୀନ ଉମରକୋଟ ପୌର ପରିଷଦ, ଅତିରିକ୍ତ ଦାୟିତ୍ବରେ ଚାଲିଛି ଉନ୍ନୟନ କାର୍ଯ୍ୟ, 5 ମାସ ମଧ୍ୟରେ ବଦଳିଲେଣି 3 ଅଧିକାରୀ……

Share

 

 

ଉମରକୋଟ – ନବରଙ୍ଗପୁର ଜିଲ୍ଲାର ଦ୍ୱିତୀୟ ବୃହତମ ସହର ହେଉଛି ଉମରକୋଟ ସହର। କିନ୍ତୁ ଦୁଃଖର କଥା ଏତେ ବଡ ସହରର ପୌର ପରିଷଦ କାର୍ଯ୍ୟଳୟ ରେ ଆଜିକୁ 5 ମାସ ହେଲାଣି ନିୟମିତ ନିର୍ବାହୀ ଅଧିକାରୀ ନ ଥିବାରୁ ସହର ବାସି ନାନା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ବିଡମ୍ବନା ର କଥା ଏହି କି ଯେ ଏହି 5 ମାସ ମଧ୍ୟରେ 3 ଅଧିକାରୀ ବଦଳି ଲେଣି। ଶେଷ ନିୟମିତ ନିର୍ବାହୀ ଅଧିକାରୀ ଥିଲେ ଋଷି ମାଝୀ। ତାଙ୍କୁ ମଧ୍ୟ ରାଜ୍ୟ ସରକାର ବର୍ଷବି ରଖିଲେ ନାହିଁ। ଶେଷ ରେ 26/10/2023 ରିଖ ଦିନ ବଦଳି କରି ଦେଲେ ରାଜ୍ୟ ସରକାର। ତାଙ୍କ ପରେ ଉମରକୋଟ ବିଡିଓ ପ୍ରୀତି ରଂଜନ ରଥ 27/10/2023 ତାରିଖ ଦିନ ଦାୟିତ୍ଵ ନେଇ 10/12/2023 ଯାଏଁ ରହି ଥିଲେ। ଏହା ପରେ ନବରଙ୍ଗପୁର ଜିଲ୍ଲାପାଳ ତେନ୍ତୁଳିଖୁଣ୍ଟି ତହସିଲଦାର କାର୍ଯ୍ୟଳୟ ର ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେନୀୟ। ଙ୍କୁ ଉମରକୋଟ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି ଦେଇଥିଲେ। ତାପରେ ପୁଣି ଏବେ ମାସେ ହେଲା ପୁରୁଷତମ ନେନୀୟ। ଙ୍କ ହଟେଇ ପୁଣି ଉମରକୋଟ ବିଡ଼ିଓ ଙ୍କୁ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। 5 ମାସ ରେ 3 ଅଧିକାରୀ ନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ଵ ନେଲେଣି। ତେବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର କାହିଁକି ଉମରକୋଟ ପରି ଏକ ସମ୍ନେଦନଶୀଳ ଓ ବୃହତ୍ତମ ସହର ର ପୌର ପରିଷଦ କାର୍ଯ୍ୟଳୟ କୁ କାହିଁକି ଏକ ନିୟମିତ ନିର୍ବାହୀ ଅଧିକାରୀ ଙ୍କୁ ନିଯୁକ୍ତି ଦେଉ ନାହାନ୍ତି ରଜ୍ୟ ସରକାର ବୋଲି ସହର ବାସି ପ୍ରଶ୍ନ କରୁଛନ୍ତି।26 ଟି ପଞ୍ଚାୟତ କୁ ନେଇ ଗଠନ ହେଇ ଥିବା ଉମରକୋଟ ବ୍ଲକ ରେ ବର୍ତ୍ତମାନ ପ୍ରବଳ କାର୍ଯ୍ଯ ଚାପ ବଡି ଚାଲୁ ଥିବା ବେଳେ ସେହି ବିଡିଓ ଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ଵ ଦେବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ସାଧାରଣ ରେ ଆଲେଚନା ହେଉଛି। 14 ୱାର୍ଡ଼ ବିଶିଷ୍ଟ ଉମରକୋଟ ସହର ରେ ପ୍ରାୟ 40 ହଜାର
ଜନ ସଂଖ୍ୟା ଥିବା ବେଳେ ନିୟମିତ ନିର୍ବାହୀ ଅଧିକାରୀ ନ ଥିବାରୁ ଲୋକ ଙ୍କ ଅଭିଯୋଗ, ଶ।ନିଟେଶନ କାର୍ଯ୍ୟ ତଦାରଖ ଠିକ ସେ ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥି ସହ ଉନ୍ନୟନ ମୂଳକ କାର୍ଯ୍ୟ କରୁ ଥିବା ଠିକ।ଦାର ମାନେ ମାସେ ବିଲ ନ ପାଇ ହନ୍ତ ସନ୍ତ ହୋଇସାରିଲାଣି। ଥରେ ଅଧିକାରି ବଦଳି ହେଲେ ନୂଆ ଜଣଙ୍କୁ ଅ।ର୍ଥିକ କ୍ଷମତା ଆସିବା ପାଇଁ 15 ଦିନ ଲାଗି ଯାଉଛି। ନିର୍ବାହୀ ଅଧିକାରୀ ନ ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ଦ୍ରୁତ ଗତି ରେ ହେଇ ପାରୁନି। ଏଥି ପାଇଁ ରାଜନୀତିକ ସ୍ଥର ରେ ଏଥି ପାଇଁ କୌଣସି ଉଦ୍ୟମ ହେଉ ନ ଥିବା ଅଭିଯୋଗ ହେଉଛି।। ବର୍ତମାନ ବଡ ସମସ୍ୟା ଲୋକେ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ଘଷାଣ। କରି ଚାଲିବା ବେଳେ ଏହାକୁ କାର୍ଯ୍ଯ କରିବା ପାଈଁ ଏକ ନିୟମିତ ନିର୍ବାହୀ ଅଧିକାରୀ ଙ୍କ ନିଯୁକ୍ତି ଏକ ଗୁରୁତ୍ବ ବହନ କରୁଛି। ବିଶେଷ କରି ସଧାରଣ ଜନତା ତାଙ୍କ ନିଜ ନିଜ ସମସ୍ୟା ନେଇ ପୌର ପରିଷଦ କୁ ଗଲାବେଳକୁ ନିର୍ବାହୀ ଅଧିକାରୀ ନ ଥିବାରୁ ନିରାଶ ହେଇ ଫେରୁଛନ୍ତି। ତୁରନ୍ତ ରାଜ୍ୟ ସରକାର ଉକର୍କୋଟ ପୌର ପରିଷଦ କାର୍ଯ୍ୟଳୟ କୁ ତୁରନ୍ତ ରାଜ୍ୟ ସରକାର ଏକ ନିୟମିତ ନିର୍ବାହୀ ଅଧିକାରୀ ଙ୍କୁ ନିଯୁକ୍ତି କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)