November 24, 2024

ଗୋମାୟା ଚଣ୍ଡୀଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଗହଣରେ ମହାଯଜ୍ଞ ର ପୂର୍ଣ୍ଣାହୁତି ସମ୍ପନ୍ନ …

Share

ପୁରୀଜିଲ୍ଲା କଣାସ ବ୍ଲକ ଗାଣ୍ଡପଡା ଗ୍ରାମରେ ମାଗୋମାୟା ଚଣ୍ଡୀଙ୍କ ମନ୍ଦିର ୨୭ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିଲା l ଚଳିତବର୍ଷ ୨୭ତମ ବାର୍ଷିକ ଉର୍ତ୍ସବ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି ଉର୍ତ୍ସବରେ ୫ଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା l ହଜାର ହଜାର ଭକ୍ତ ଦୟାନଦୀ ରେ କଳସ ବୁଡାଇ ବିଶାଳ ଶୋଭାଯାତ୍ରା ରେ ମାଙ୍କ ମନ୍ଦିରକୁ ଆସିଥିଲେ l ପରେପରେ ଯଜ୍ଞ ର ଶୁଭାରମ୍ଭ କରାଯାଇଥିଲା l ଏହି ଯଜ୍ଞ ୫ଦିନ ଧରି ଚାଲିବା ସହିତ ଗତକାଲି ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ଏହି ପୂର୍ଣ୍ଣାହୁତି ରେ ହଜାର ହଜାର ଭକ୍ତ ଯୋଗଦାନ କରିଥିଲେ l ଏଥିସହିତ ପାଞ୍ଚଦିନ ପର୍ଯ୍ୟନ୍ତ ରାତିରେ ରାମ ନାଟକ ଅନୁଷ୍ଠିତ ହୋଇଥିଲା l ଗାଣ୍ଡପଡା ଗ୍ରାମ ୫ଦିନ ପର୍ଯ୍ୟନ୍ତ ଧାର୍ମିକ ପରିବେଶ ଲାଗିରହିବା ସହିତ ଆବାଳବୃଦ୍ଧବନିତା ମାଙ୍କ ମନ୍ଦିରରେ ନାଚଗୀତ କରି ଆନନ୍ଦ ଉଲ୍ଲାସ ରେ ଏହି କାର୍ଯ୍ୟକୁ ସମାପନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)