November 23, 2024

ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ପାଠ୍ୟ ପୁସ୍ତକ ଯୋଗାଣ

Share

ବୁଗୁଡ଼ା : ତା ୨୧/୦୨/୨୩ : ଆସନ୍ତା ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ରାଜ୍ୟ
ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ
ସର୍ବଶିକ୍ଷା ଅଭିଯାନ ଯୋଜନାରେ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ
ଉଦ୍ଦେଶ୍ୟରେ ପାଠ୍ୟ ପୁସ୍ତକ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟରେ
ପହଞ୍ଚିଛି । ତେବେ ୨ଟି ପର୍ଯ୍ୟାୟରେ ବିଭିନ୍ନ ଶ୍ରେଣୀର କେତେକ ବିଷୟର ମୋଟ ୫୨ ହଜାର ଖଣ୍ଡ (ପ୍ରାୟ ୪୦%) ବହି ପହଞ୍ଚିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ବହି ଆସି ପହଞ୍ଚିବ ବୋଲି ଏବିଇଓ ସିମାଞ୍ଚଳ ସେଠୀଙ୍କ ଠାରୁ ପ୍ରକାଶ ପାଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ କବିବର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ଆସନ୍ତାଏପ୍ରିଲ ମାସ ୨ ତାରିଖରୁ ନାମଲେଖା ଆରମ୍ଭ ହେବାକୁ ଥିବା ବେଳେ ଖୁବ୍ ଶୀଘ୍ର ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ
ଯୋଗାଣ କାର୍ଯ୍ୟ ଆରମ୍ଭ ହେବା ନେଇ ଏବିଇଓଙ୍କ ଠାରୁ ଜଣାଯାଇଛି ।