ନବରଙ୍ଗପୁର ଜିଲ୍ଲା ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ତରଫରୁ ଧନ୍ୟବାଦ୍ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ……….
ନବରଙ୍ଗପୁର :- ଗତ କାଲି ତା.11.03.2024 ରିଖ ଦିନଟି ନବରଙ୍ଗପୁର ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘ ପାଇଁ ଏକ ଐତିହାସିକ ଦିନ , ବହୁ ପ୍ରତୀକ୍ଷିତ 353 ଜଣ ଗଣ ଶିକ୍ଷକ ନିୟମିତ ହେବାର ଆଦେଶନାମା DEO ଙ୍କ କାର୍ଯ୍ୟାଳୟରୁ 10 ଗୋଟି ବ୍ଲକର BEO ମାନଙ୍କୁ ପ୍ରଦାନ କରାଗଲା । ଆସନ୍ତା କାଲି ପ୍ରତ୍ୟେକ BEO ଙ୍କ ଠାରୁ ନିୟମିତ ହେବା ଆଦେଶ ଦିଆଯିବ । ପ୍ରଥମ କରି ନବରଙ୍ଗପୁର ଜିଲ୍ଲା ଗଣ ଶିକ୍ଷକ ମାନଙ୍କୁ ନିୟମିତ କରିବାରେ ମୂଖ୍ୟତଃ ରାଜ୍ୟ ମହାସଂଘର ମହାସଚିବ ଶ୍ରୀ ହାନେସ ପାତ୍ର ବାଘ, ଜିଲ୍ଲା ସଙ୍ଘର ସଭାପତି ଶ୍ରୀ ସୁଜିତ ପାଢ଼ୀ ଓ ଜିଲ୍ଲା ସଙ୍ଘର ସମ୍ପାଦକ ଶ୍ରୀ ଦିଲୀପ କୁମାର ସ୍ୱାଇଁ ତଥା 10 ଗୋଟି ବ୍ଲକର ସମସ୍ତ କର୍ମକର୍ତ୍ତା ଙ୍କର ନିସ୍ୱାର୍ଥପର ଭାବରେ ସଙ୍ଗଠିତ ହୋଇ କାର୍ଯ୍ୟ କରିଥିବାରୁ ନବରଙ୍ଗପୁର ଜିଲ୍ଲା ଆଜି ଏହି ସଫଳତା ହାସଲ କରି ପାରିଛି । ନୂତନ ଭାବେ ଗଣ ଶିକ୍ଷକ ରୁ ନିୟମିତ ହେଉଥିବା ଏକ୍ସ କ୍ୟାଡର ଶିକ୍ଷକ , ଶିକ୍ଷୟିତ୍ରୀ ଭାଇ ଭଉଣୀ ମାନଙ୍କୁ ନବରଙ୍ଗପୁର ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ । ନବରଙ୍ଗପୁର ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘ ଜିନ୍ଦ।ବାଦ।(ନବରଙ୍ଗପୁର ଜିଲ୍ଲା ରୁ ଏମ. ଦିନାଂଶୁ ଆଚାରୀ ଙ୍କ ରିପୋର୍ଟ)