November 22, 2024
Share

➡️୧-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ଼ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ମିଳିଲା କାର୍ଡ । ମେ’ ପହିଲାରୁ ମିଳିବ ଚିକିତ୍ସା ସୁବିଧା। ଏହି କାର୍ଡ ପାଇଁ ବର୍ତମାନ ସୁଦ୍ଧା ୪ ଲକ୍ଷ ୮୧ ହଜାର ୪୮୧ ହିତାଧିକାରୀ ଆବେଦନ କରିଛନ୍ତି ।

➡️୨-ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୩-କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍‌ ବା ପାଣି ତଳ ମାର୍ଗର ଉଦଘାଟନ କରି ସହେ ବର୍ଷ ତଳର ସ୍ବପ୍ନକୁ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହି ମେଟ୍ରୋ ସେବା ହାୱଡ଼ା ଏବଂ ସଲ୍ଟ ଲେକ୍- ପଶ୍ଚିମବଙ୍ଗ ରାଜ୍ୟ ରାଜଧାନୀର ଟ୍ବିନ୍‌ ସିଟିକୁ ସଂଯୋଗ କରିବ।

➡️୪-ଆସନ୍ତାକାଲି ଠାରୁ ନିୟମିତ ସେବା ଆରମ୍ଭ ହେବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଏବଂ 9 ମାର୍ଚ୍ଚରୁ ପୁରୀ-ଆନନ୍ଦ ବିହାର ଏକ୍ସପ୍ରେସ l

➡️୫-ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୯୪ ଜଣ ବିଶିଷ୍ଟ କଳାକାରଙ୍କୁ ୨୦୨୨ ଓ ୨୦୨୩ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନକଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l

➡️୬-ଏଣିକି ଆଉ ଚଳିବନି ହାତ ଗୁଞ୍ଜା, ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ଉଠିବା ପରେ ରାଜ୍ୟର ୬ଟି ସ୍ଥାନରେ ସ୍ୱୟଂଚାଳିତ ଗାଡ଼ିଚାଳନା ପରୀକ୍ଷା ବ୍ୟବସ୍ଥାର ହେଲା ଶୁଭାରମ୍ଭ l ଏଣିକି ଅଟୋମେଟେଡ୍‌ ପ୍ରକ୍ରିୟାରେ କମ୍ପ୍ୟୁଟର କରିବ ପରୀକ୍ଷା, ଟେଷ୍ଟ ବେଳେ ଜଗିବ AI l

➡️୭-ସାରା ରାଜ୍ୟରେ ଆରମ୍ଭ ହେଲା ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା । ଦଶମ ପରେ ଏବେ ନବମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଲିକର ଆସିଲା ଅଭିଯୋଗ । ବୋର୍ଡ ପକ୍ଷରୁ ଅନୁଷ୍ଠିତ ଏହି ପରୀକ୍ଷା ଦେଉଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ ।

➡️୮-ଆନନ୍ଦପୁର ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରାଙ୍କ ହତ୍ୟାକାଣ୍ଡରେ 5 ଜଣ ହତ୍ୟାକାରୀଙ୍କୁ ହେଲା ଫାସୀ ଦଣ୍ଡାଦେଶ l

➡️୯-କ୍ରେଡିଟ କାର୍ଡ ନେଇ ଆରବିଆଇର ବଡ଼ ଅପଡେଟ୍, ଏଣିକି ଗ୍ରାହକ ନିଜ ପସନ୍ଦର ପେମେଣ୍ଟ ବ୍ୟାଙ୍କ କରିପାରିବେ ଚୟନ l

➡️୧୦-ଚନ୍ଦ୍ରଯାନ-୩ ପରେ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଏଥର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠକୁ ଯାଇ ପୁଣିଥରେ ପୃଥିବୀକୁ ଫେରିବ ବୋଲି ହେଲା ଦାବି l

➡️୧୧-ଶ୍ରୀ ଯୋଗ ବେଦାନ୍ତ ସମିତି ସନ୍ଥ ଆଶାରାମଜୀ ବାପୁଙ୍କର ସ୍ୱାସ୍ଥ୍ୟର ଅବସ୍ଥା ଗମ୍ଭୀର l ଇଚ୍ଛା ଅନୁସାରେ ଚିକିତ୍ସା ସୁବିଧା ଉପଲବ୍ଧ କରିବା ଏବଂ ତାଙ୍କୁ ଶୀଘ୍ର ମୁକ୍ତି ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଜରିଆରେ କଲେ ନିବେଦନ l

➡️୧୨-ଚଳିତବର୍ଷ ପ୍ରଥମଥର ପାଇଁ ୩୮ ଡିଗ୍ରୀ ଅତିକ୍ରମ କଲା ପାରଦ l ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୮.୨ ଡିଗ୍ରୀ ହେଲା ରେକର୍ଡ l ଆଗାମୀ ୪ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା l

➡️୧୩-ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏନ୍‌ଆଇଏ, ହେଲା ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା l

➡️୧୪-ବର୍ଷେ ପରେ ପୁଣି ୟୁରୋପରେ ଆତଙ୍କ ଦେଖାଦେଲା ମହାମାରୀ ପ୍ୟା‌ରୋଟ ଫିଭର l ନେଲାଣି ୫ ଜଣଙ୍କ ଜୀବନ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା l

➡️୧୫-କଂଗ୍ରେସର ବଡ଼ ସଂକେତ,ଆମେଠିରୁ ଲଢ଼ିପାରନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଜିଲ୍ଲା ସଭାପତି ପ୍ରଦୀପ ସିଂଘାଲାଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା l

➡️୧୬-ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ନ ଦେବାକୁ ରାହୁଲ ଗାନ୍ଧୀଙ୍କୁ ସତର୍କ କରାଇଲେ ନିର୍ବାଚନ କମିଶନ l

➡️୧୭-ପେରୁର ପ୍ରଧାନମନ୍ତ୍ରୀ ଅଲବର୍ଟୋ ଓଟାରୋଲା ନିଜ ପଦରୁ ଦେଲେ ଇସ୍ତଫା l

➡️୧୮-ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଖେଳାଯିବ । ଭାରତ ଏହି ସିରିଜକୁ ୩-୧ରେ କବଜା କରି ସାରିଥିବା ବେଳେ ଏହି ମ୍ୟାଚକୁ ମଧ୍ୟ ବିଜୟ ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ ।

➡️୧୯-ଏଣିକି ଖେଲୋ ଇଣ୍ଡିଆ ପଦକ ବିଜେତା ଆଥଲେଟ ମାନେ ସରକାରୀ ଚାକିରି ପାଇଁ ହେବେ ଯୋଗ୍ୟ । ଏ ନେଇ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର କଲେ ଘୋଷଣା l

➡️୨୦-ଟିମ ଇଣ୍ଡିଆର ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲ ନିଜ ଟେଷ୍ଟ କ୍ୟାରିୟରରେ ସୃଷ୍ଟି କଲେ ନୂଆ ଇତିହାସ । ସେ ପ୍ରଥମଥର ପାଇଁ ଆଇସିସି ଟେଷ୍ଟ ବ୍ୟାଟର ରାଙ୍କିଙ୍ଗର ଟପ୍ ୧୦ରେ କଲେ ପ୍ରବେଶ l