June 17, 2026

ବିଜେପି ର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ………….

fulo
Share

 

ଉମରକୋଟ – ଉମରକୋଟ ବ୍ଳକ୍ ଅନ୍ତର୍ଗତ ସ୍ଵର୍ଣ୍ଣ ପୁରୀ Uv 55 ଠାରେ ବିଜେପି ର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଥିଲା। ଏହି ପର୍ବରେ ଶତାଧିକ ଲୋକ ବିଜେଡି, କଂଗ୍ରେସ ଦଳ ତ୍ୟାଗ କରି ବିଜେପି ରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ରେ ମୂଖ୍ୟ ଅତିଥି ଭାବରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ମନ୍ଦିର। ନାୟକ, ସଂଯୋଜକ ସୁରେଶ କୁମାର ଆଚାର୍ଯ୍ୟ ,ଉମରକୋଟ ପ୍ରଭାରି ସୀମାଞ୍ଚଳ ମଲ୍ଲିକ,ବୁର୍ଜା ମଣ୍ଡଳ ସଭାପତି ଭୋଜନାଥ ଗଣ୍ଡ, ଲବ ଦତ, ସଭା ଭାଇ, ଜୁଗଧର ଭାଇ,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ଟିଙ୍କୁ ଭାଇ, ସାନ ଭାଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ମାନସ ଦାସ ମଞ୍ଚ ପରିଚାଳନା କରିଥିଲେ ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)