August 26, 2026

ଫ୍ରେବ୍ରୁଆରୀ ୨୮ରୁ ମା ତାରିଣୀ ସ୍ପୋର୍ଟିଂ । ଅସ୍ତରଙ୍ଗ,,ଆସନ୍ତା ଫେବୃଆରୀ ୨୮ ତାରିଖ ରୁ ଆୟୋଜିତ ହେଉଅଛି ୨୫ ତମ ରାଜ୍ୟ ସ୍ତରୀୟ କର୍କ ବଲ କ୍ରିକେଟ ଟୁନାମେଣ୍ଟ

IMG-20230217-WA0025
Share

 

ଏହି ଟୁନାମେଣ୍ଟ ରେ ରାଜ୍ୟ ର ବିଭିନ୍ନ ସ୍ଥାନରୁ ୮ ଗୋଟି ଟିମ ଅଂଶଗ୍ରହଣ କରୁଛନ୍ତି । ୧୭ ଦିନ ବ୍ୟାପି ଏହି ଟୁନାମେଣ୍ଟ ଆୟୋଜନ କରାଯିବ । ଟୁନାମେଣ୍ଟ ର ବିଜେତା ଦଳକୁ ଆକର୍ଷଣୀୟ ଟ୍ରଫି ସହିତ ୩୧,୧୧୧ଟଙ୍କା ଏବଂ ଉପ ବିଜେତା ଦଳକୁ ଟ୍ରଫି ସହିତ ୨୧,୧୧୧ଟଙ୍କା ର ପୁରସ୍କାର ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି। ଉକ୍ତ ସମ୍ବନ୍ଧୀୟ ସୂଚନା ୧୭ ତାରିଖରେ କ୍ଳବ ର କର୍ମକର୍ତ୍ତା, ସଭାପତି-ମନୋଜ ବିଶ୍ୱାଳ, ସମ୍ପାଦକ-ଦୀପକ କୁମାର ଦାସ, କ୍ରୀଡା ସମ୍ପାଦକ-ସମୀର କୁମାର କର ,ସଂଯୋଜକ,ସୁଦୀପ୍ତ କୁମାର ରାଉତ,ଉପଦେଷ୍ଟା, ନଟକିଶ୍ୱର ମହାନ୍ତି, ନିରଞ୍ଜନ ଦାସ, ପ୍ରମୋଦ ଦାସ ,ସୁରେଶ କୁମାର ତ୍ରିପାଠୀ ,ଦିଲ୍ଲୀପ କୁମାର ଦାସ, ପ୍ରମୁଖ ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି।

You may have missed