June 18, 2026

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାମନାଗୁଡା

IMG-20231021-WA0026
Share

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାମନାଗୁଡା

ବିରାଟ ପଟୁଆରରେ କଳସ ବୋହିଲେ ମହିଳା

 

ରାମନାଗଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦରରେ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ହୋଇଉଠିଛି ରାମନାଗୁଡା। ଆନନ୍ଦ ସହକାରେ ଦଶହରାର ପୂର୍ବ ପ୍ରସ୍ତୁତି ନେଇ ଭକ୍ତିମୟ ପରିବେଶରେ ଧରାପୃଷ୍ଠକୁ ଧରାବତରଣ କରିବେ ଦୁର୍ଗତିନାଶିନୀ ମାଁ ଦୂର୍ଗା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଲିଙ୍ଗରାଇ ନାଳରୁ ବିରାଟ ପଟୁଆରରେ ଗଙ୍ଗାଆବାହନ ପୂଜା କରାଯାଇ ଅଭିମନ୍ତିତ ଜଳକୁ ପୂଜା ସ୍ଥାନକୁ ମହିଳାମାନେ ବିରାଟ ଶୋଭାଯାତ୍ରାରେ ଆଣିଥିଲେ।ଲିଙ୍ଗରାଜ ଗ୍ରାମ ନିକଟ ନାଳରୁ ପାରମ୍ପରିକ ବାଦ୍ୟ ସହ କଳସ ଯାତ୍ରାରେ ବାହାରି ସହର ପରିକ୍ରମା କରି ମଣ୍ଡପ ଠାରେ ସ୍ଥାପନ କରାଯାଇଥିଲା ।ପରେ ବେଲବରଣ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଏହି ପୂଜାରେ କର୍ତ୍ତା ଭାବେ ସମ୍ପଦ ଦାଶ ଓ ଧର୍ମପତ୍ନୀ ପଦ୍ମନ୍ମୀ ଦାଶ ପୂଜା କାର୍ଯ୍ୟ କରିଥିବା ବେଳେ ପୁରୋହିତ ଭାବେ ଗୁପ୍ତେଶ୍ୱର ମିଶ୍ର ଓ ଦୁର୍ଗା ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ। ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣପୋଡ଼ି ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୁତୟନ କରାଯିବା ସହ ମା ଙ୍କ ମହିଶାମଦ୍ଧିନୀ ଓ ଦୁର୍ଲଭ ସିଂହ ବାହିନୀ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ଭିଡ଼ ଦେଖିବାକୁ ମିଳିବ।ରଙ୍ଗୀନ ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ପାର୍ଶ ଦେବାଦେବୀଙ୍କୁ ନେଇ ପୂଜା ମଣ୍ଡପ ଚହଟିବ।ଏହି ୫ଦିନ ଧରି ଏହି ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ରାମନାଗୁଡା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି।

ରିପୋର୍ଟ ରାକେଶ କୁମାର ବେହେରା

You may have missed