ଉମରକୋଟ ବିଜେପି ତରଫରୁ ଏକ ଅମୃତ କଳସ ଶୋଭା ଯାତ୍ରା ଅନୁଷ୍ଠିତ

IMG-20231012-WA0062
Share

ଉମରକୋଟ ବିଜେପି ତରଫରୁ ଏକ ଅମୃତ କଳସ ଶୋଭା ଯାତ୍ରା ଅନୁଷ୍ଠିତ

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ସୂଚନାଆଜି ତା:12/10/2023 ଗୁରୁବାର ଉମରକୋଟ bjp ପାର୍ଟି ତରଫରୁ ଏକ ଅମୃତ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏହି ଶୋଭାଯାତ୍ରା ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ସମଗ୍ର ଭାରତ ବର୍ଷରେ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ରୁପେ ଚାଲୁଅଛି ।ସ୍ବାଧୀନତା ର ଅମୃତ ମହୋତ୍ସବ ଅବସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି “ମାଟି କୁ ସମ୍ମାନ ସହୀଦ ବୀର ଯବାନଙ୍କୁ ବନ୍ଦନା “ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ପ୍ରତ୍ୟେକ କଣ ଅନୁକଣ ରୁ ମାଟି ସଂଗ୍ରହ କରାଯାଇ ଜିଲ୍ଲା ଓ ରାଜ୍ୟ ନେତୃବୃନ୍ଦ ଙ୍କ ମାଧ୍ୟମରେ ଦିଲ୍ଲୀ ଯିବ ।ଏହା ଦ୍ବାରା ଦିଲ୍ଲୀ ସହୀଦ ସ୍ମାରକୀ ପାର୍ଶ୍ବରେ ଏକ ଅମୃତ ବାଟିକା ଗଠନ ହେବ ଯେଉଁ ଠାରେ 75 ଟି ଦେଶୀୟ ବୃକ୍ଷ ରୋପଣ ହେବ ।ଏହି ଶୋଭାଯାତ୍ରା ଉମରକୋଟର ଅଧୀଷ୍ଟାତ୍ରୀ ଦେବୀ ମାଁ ପେଣ୍ଡ୍ରାଣୀ ଙ୍କ ପୀଠ ରୂ ମିଟ ସଂଗ୍ରହ କରି ମନ୍ଦିର ପ୍ରାଙ୍ଗଣ ରୁ ବାହାରି ନଗର ପରିକ୍ରମା କରିଥିଲା ।ନଗର ର ପ୍ରତ୍ୟେକ ସ୍ଥାନ ରେ ଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇ ସନ୍ମାନିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ପୂର୍ବତନ ସାଂସଦ ବଳଭଦ୍ର ମାଝୀ,ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ଜିଲ୍ଲା ସମ୍ପାଦକ ରାମ ନାୟକ,ଜିଲ୍ଲା ମହିଳା ସଂମ୍ପାଦିକା ମନ୍ଦିରା ନାୟକ,ଜିଲ୍ଲା ମହିଳା ସଂମ୍ପାଦିକା ଜୟନ୍ତୀ ମାଝୀ,ନଗର ସଭାପତି ଗୋପୀନାଥ ସାହୁ,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ଯୁବମେର୍ଚା ମିଲୁ ପଣ୍ଡା,ସତ୍ୟ ବେହେରା,ବାବୁ ଶର୍ମା,ଦିଲିପ ବିଶ୍ବାସ,ରାମ ହରି ସାହୁ,ଶଂକର ଭବାନୀ ପଟ୍ଟନାୟକ,ରମେଶ ଦାସ,ଗୁପ୍ତେଶ୍ବର ସାହୁ,ସନ ଭାଇ,ଦେବାଶିଷ ବିଶ୍ବାସ,ଅଶୋକ ଭାଇ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ ।