July 1, 2024

ବାଲିପଦରରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ- ସୁରଭି-୨୦୨୩

Share

ବାଲିପଦରରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ- ସୁରଭି-୨୦୨୩
—————————————
ବୁଗୁଡା:-ତା-୧୨-୧୦-୨୦୨୩ ରାଜ୍ଯ ସରକାରଙ୍କ ଶିକ୍ଷାବିଭାଗ ନିର୍ଦ୍ଦେଶ ପ୍ରକାରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ଯୋଜନା “ସୁରଭି” ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର କ୍ଳଷ୍ଟର ସି.ଆର.ସି.ସି
ବିଶ୍ବଜିତ୍ ପରିଡ଼ାଙ୍କ ସଂଯୋଜନାରେ ବାଲିପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ତେଜସ୍ବିନୀ ଦାସଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ବୁଗୁଡା ବ୍ଳକ୍ ଚୟାରମ୍ୟାନ କେ. ପ୍ରିୟଦର୍ଶିନୀ ଆଚାରୀ ଯୋଗଦେଇ ଥିବାବେଳେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଏବଂ କେ. ନୀଳମାଧବ ଆଚାରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ। ବାଲିପଦର କ୍ଳଷ୍ଟରର ସମସ୍ତ ପ୍ରାଥମିକ ବିଦ୍ୟାଳୟ ,ଉଚ୍ଚ ବିଦ୍ୟାଳୟ,ଓ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଏହି ସୁରଭି ମହୋତ୍ସବର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତା, ସୁନ୍ଦର ହସ୍ତାକ୍ଷର, ସର୍ଜନାତ୍ମକ ରଚନା, ବକ୍ରୁତା, ସଂଗୀତ, ଏକଙ୍କିକା, ଫେନସି୍ ପ୍ରଭୁତି ପ୍ରତିଯୋଗିତାରେ ଭାଗନେଇ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ରାଜେନ୍ଦ୍ର କୁମାର ପାତ୍ର,
କମଳ ଲୋଚନ ପାଣିଗ୍ରାହୀ, କାଳିଆ ପାଣିଗ୍ରାହୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବାଲିପଦର,ଖରିଡା,
ଏ.କରଡାବାଡି,ପୋଚାଲୁଣ୍ଡି,ପାଙ୍ଗିଡି,
ରାମଗଡ,ବିଷ୍ଣୁଚକ୍ର,ଅନ୍ତରପଡା,
ପଙ୍କଳବାଡି,ଝୋଲରୀ,ଡେଙ୍ଗାପଦର,
ଘୋଡାପଡା, କଳମ୍ବ ପ୍ରଭୂ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଥିଲେ।
———–****———