September 23, 2026

ଜଳୁନି ଷ୍ଟ୍ରିଟ ଲାଇଟ ୧୫ଦିନ ଅନ୍ଧାର ଭିତରେ ଦେଉଳିର ବଡ ସାହି l

WhatsApp Image 2023-10-11 at 1.25.58 PM
Share

ବୋଲଗଡ ତା ୧୧/୧୦ରାଜ୍ୟ ସରକାର ଗ୍ରାମାଞ୍ଚଳ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଯୋଜନା ରୂପାୟନରେ ବ୍ୟତିକ୍ରମ ଦେଖାଯାଇଛି। ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଉଳି ବଡ଼ ସାହି ଠାରୁ ଆରମ୍ଭ କରି ତଳ ସାହି ଠାରୁ ଛକ ପର୍ଯ୍ୟନ୍ତ ଲାଗିଥିବା ୨୦ଟି ଷ୍ଟ୍ରିଟ ଲାଇଟ ମଧ୍ୟରୁ ୧୩ଟି ସଚଳ ଅଛି l ବଡ଼ ସାହିରେ ଲାଗିଥିବା ୮ଟି ସଂପୂର୍ଣ୍ଣ ଅଚଳ ହୋଇପଡିଛି। ତେବେ ନୂତନ ଭାବେ ଲାଗିଥିବାର ଲାଇଟ ବର୍ଷେ ନପୂରୁଣୁ ୨୦ଦିନ ହବ ଦେଉଳି ବଡ଼ ସାହିର ଲୋକମାନେ ଅନ୍ଧାରରେ ଅତିବାହିତ ହୋଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି। ତେବେ ବ୍ୟାପକ ବ୍ୟାପକ ଅର୍ଥରେ ଲାଗିଥିବା ଏହି ଷ୍ଟ୍ରିଟ ଲାଇଟ ଯନ୍ତ୍ରାସଗୁଡିକର ମାନ ନେଇ ସନ୍ଦେହ ଉପୁଜିଛି l ସରପଞ୍ଚ ଓ ସମିତିସଭ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଏହି ଲାଇଟ ଗୁଡିକୁ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ପକ୍ଷରୁ ଅତି ନିମ୍ନ ମାନର ସହିତ ଲଗାଯାଇଛି l ଏହି ଷ୍ଟ୍ରିଟ ଲାଇଟଗୁଡ଼ିକୁ କେଉଁ ସଂସ୍ଥା ପକ୍ଷରୁ ଳାଗିଛି, ଠିକା ଦାରଙ୍କ ନାମ ଓ କେତେଟଙ୍କା ବ୍ୟୟ ବରାଦ କରାଯାଇଛି ଏଠାରେ ଫଳକର ସୂଚନା ନଥିବାରୁ ସନ୍ଦେହ ବଢୁଛି l ବ୍ୟାପକ ଅର୍ଥ ବ୍ୟୟରେ ଷ୍ଟ୍ରିଟ ଲାଇଟ ଗୁଡିକ ଲାଗିବାର ବର୍ଷେ ନପୂରୁଣୁ ଅଚଳ ହେବା ସ୍ଥାନୀୟ ଜନସାଧାରଣଙ୍କୁ ଚକିତ କରିଛି l ଏଥିପ୍ରତି ରାଜ୍ୟ ସରକାରଙ୍କ ୫ଟି ସଚିବ, ପଞ୍ଚାୟତରାଜ ବିଭାଗ ଓ ଖୋର୍ଦ୍ଧା ଜିଲ୍ଲାପାଳ ଦୃଷ୍ଟି ଦେବା ସହିତ ଆଲୋକୀକରଣ କରିଥିବା ସଂସ୍ଥାର ଭିଜିଲାନ୍ସ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ, ସମିତିସଭ୍ୟ ରମେଶ ସାହୁଙ୍କ ସହିତ ଦେଉଳି ଗ୍ରାମର ରାକେଶ ନାୟକ, ବାପି ନାୟକ ଗ୍ୟାନେନ୍ଦ୍ର ସାହୁଙ୍କ ସହିତ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି।

ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ।