October 5, 2024

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୬୫ ୟୁନିଟ୍ ରକ୍ତ ସଂଗ୍ରହ

Share

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୬୫ ୟୁନିଟ୍ ରକ୍ତ ସଂଗ୍ରହ
ବୁଗୁଡ଼ା : ତା ୦୮/୧୦/୨୩ : ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ସ୍ବେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଓଡିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବରିଷ୍ଠ ବ୍ଯବସାୟୀ ନୀଳ ମାଧବ ସାହୁ ଉଦଘାଟନ କରିଥିଲେ । ଉକ୍ତ ଶିବିର ଅବସରରେ ୬୫ ଜଣ ବ୍ଯକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ବ୍ରହ୍ମପୁର ଏମକେସିଜି ବ୍ଲଡ୍ ସେଣ୍ଟର ତରଫରୁ ଡାକ୍ତର ମନୁ ମଙ୍ଗତ ମାରାଣ୍ଡିଙ୍କ ନେତୃତ୍ବରେ ଏକ ୯ ଜଣିଆ ଦଳ ପହଞ୍ଚି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ପ୍ରତିଷ୍ଠାତା ଶିବରାମ ପାତ୍ର, ଉପଦେଷ୍ଟା ଗୌରହରି ପୋଲେଇ ଓ ସଭାପତି ରବିନ୍ ସାହୁ ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।