October 5, 2024

ପୋଲିସ ପକ୍ଷରୁ ମାରାଥନ କାର୍ଯ୍ୟକ୍ରମ!

Share

ପୋଲିସ ପକ୍ଷରୁ ମାରାଥନ କାର୍ଯ୍ୟକ୍ରମ!

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଦିନ କୁ ଦିନ ସାଇବର ଙ୍କ ଦ୍ୱାରା ଜନସାଧାରଣ ଠକେଇ ର ଶିକାର ହେଉଥିବା ବେଳେ ପରିବାର ଲୋକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି!ବିଭିନ୍ନ ବ୍ୟାଙ୍କ, ଏଟିଏମ, ଅନଲାଇନ ବ୍ୟବସାୟ ଇତ୍ୟାଦି ରେ ଅନେକ ଲୋକ ସାଇବର ଠକେଇ ର ଶିକାର ହେଉଛନ୍ତି!ଏହି ସାଇବର ଠକେଇ ର ଶିକାର ନ ହେବା ନିମନ୍ତେ ଜିଲ୍ଲା ପୋଲିସ ଜନସାଧାରଣ ଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି!ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର ଓ ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନ ଙ୍କ ଆହ୍ୱାନ କ୍ରମେ ସକାଳ 8ଘଂଟିକା ସମୟ ରୁ ଉମରକୋଟ ଥାନା ନିକଟରୁ ସମସ୍ତ ପୋଲିସ କର୍ମଚାରୀ, ସହର ର ଅନେକ ସମାଜସେବା ସଂସ୍ଥା ର କର୍ମଚାରୀ, କଲେଜ ଛାତ୍ର, ମାନ୍ୟ ଗଣ୍ୟ ବ୍ୟକ୍ତି, ସମସ୍ତ ସାମ୍ବାଦିକ ଭାଇମାନେ ଏକତ୍ରିତ ହୋଇ ସାଇବର ଠକେଇ ସଚେତନତା ନିମନ୍ତେ ମାରାଥନ କାର୍ଯ୍ୟକ୍ରମ କରିଥିଲେ!ଏହି କାର୍ଯ୍ୟକ୍ରମ ଟି ଉମରକୋଟ ଥାନାରୁ ବାହାରି ସହର ମଧ୍ୟରେ ଦୌଡ଼ି ଦୌଡ଼ି ନୂତନ ବସ ଷ୍ଟାଣ୍ଡ ରେ ପହଞ୍ଚି ଥିଲେ!ଉକ୍ତ କାର୍ଯ୍ୟକ୍ରମ ରେ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର, ଥାନା ଅଧିକାରୀ ଡମରୁଧର ପ୍ରଧାନ, ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀ, ପୋଲିସ ଏସ ଆଇ ଅକ୍ଷୟ ମିଶ୍ର, ପ୍ରକାଶ ମିଶ୍ର, ସନ୍ତୋଷ ମାଝୀ, ସୌମେନ୍ଦ୍ର କୁମାର ସେଠ, ଓ ସମସ୍ତ ପୋଲିସ କର୍ମଚାରୀ ଙ୍କ ସହ ସହର ର ଜନସାଧାରଣ ଯୋଗ ଦେଇଥିଲେ!