October 5, 2024

ମୋହନା ଅଞ୍ଚଳରେ ସାଇବର ସୁରକ୍ଷା ସଚେତନତା ରଥ ——

Share

ମୋହନା ଅଞ୍ଚଳରେ ସାଇବର ସୁରକ୍ଷା ସଚେତନତା ରଥ ——
ଗଜପତି ଜିଲ୍ଲାରେ ଚଳିତ ମାସ ଦୁଇ ତାରିଖ ଠାରୁ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନତା ରଥ ଚଳିତ ମାସ ପନ୍ଦର ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ, ପୌରପରିଷଦ ଅଞ୍ଚଳ ପରିକ୍ରମା କରି ଶେଷ ହେବ। ଏହି ରଥ ପରିକ୍ରମା ଦ୍ଵାରା ଓଡ଼ିଶାର ସାଧାରଣ ଲୋକ କିପରି ସାଇବର ବା ଅନଲାଇନ ଦ୍ଵାରା ଠକେଇର ଶିକାର ହେବା ସହ ସର୍ବସାନ୍ତ ହୋଇ ଦାଣ୍ଡର ଭିକାରୀ ହେବାକୁ ପଡ଼ିଛି ସେଥିରୁ କିପରି ସୁରକ୍ଷା ପାଇବେ ତାହା ସମ୍ପର୍କରେ ସଚେତନ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଗଜପତି ଜିଲ୍ଲାରେ ମଧ୍ୟ ସାଇବର ଠକେଇରୁ ସୁରକ୍ଷା ପାଇବା ପାଇଁ ଜିଲ୍ଲାରେ ରଥ ପରିକ୍ରମା କରାଉଥିବା ଦେଖିବାକୁ ମିଳିଛି। ମୋହନା ବ୍ଲକ ରେ ସେହି ରଥ ଆଜି ଠାରୁ ତିନି ଦିନ ସମସ୍ତ ଅଞ୍ଚଳରେ ବୁଲି ନାଚ, ଗୀତ ମାଧ୍ୟମ ସହ ପଟଚିତ୍ର ସଙ୍ଗେ ସିନେମା ମାଧ୍ୟମରେ ସଚେତନ କରୁଥିବା ପ୍ରକାଶ। ଆଜିର ଏହି ସଚେତନତା ସଭାରେ ଗଜପତି ଏସ.ପି.ସ୍ଵାତୀ ଏସ କୁମାର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଥିବା ବେଳେ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦା ମୁଖ୍ୟବକ୍ତା, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ସମ୍ମାନୀୟ ଅତିଥି, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ମହାନ୍ତି, ଏସ ଡି ପି ଓ ଅଶ୍ଵିନୀ କୁମାର ନାୟକ, ଡି ଏସ ପି ଆର.କେ. ଦାସ, ଏଚ ଆର ପି ସି ଡିଏସପି.କେ. ବୁରୁଡ଼ା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଏହି ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ସାଧାରଣ ଜନତାଙ୍କୁ ସାଇବର ଠକେଇର ଶିକାର ନ ହେବାକୁ ଉପଦେଶ ଦେଇଥିଲେ ଏବଂ କୌଣସି ଲୋଭର ଶିକାର ନ ହେବାକୁ ଶିଖାଇଥିଲେ। ଏହି ସଭାରେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଚେତନତା ସଭାର ଆୟୋଜନ କରିଥିବା ବେଳେ ବିଭିନ୍ନ ଆଇନ ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିବା ସହ ସଚେତନ ହେବାକୁ ଉପଦେଶ ଦେଇଥିଲେ। ଏହି ସଭାରେ ଅଞ୍ଚଳର ବହୁ ବୁଦ୍ଧିଯିବି, ସରକାରୀ କର୍ମଚାରୀ, ସାମ୍ବାଦିକ, ଛାତ୍ର ଛାତ୍ରୀ, ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିବା ସହ ସାଇବର ଠକେଇ ର କିପରି ଶିକାର ହେବେନି ଜଣେ ଜ୍ଞାନ କୌଶଳ ଧାରି ବର୍ଣ୍ଣନା କରିଥିଲେ। ଯଦି ଠକେଇର ଶିକାର ହୁଅନ୍ତି ତେବେ ସଙ୍ଗେ ସଙ୍ଗେ ନିଜର ଏକଉଣ୍ଟ ଲକ୍ କରିବା ସହ ନିକଟସ୍ତ ଥାନାରେ ରିପୋର୍ଟ କରିବା ନିମନ୍ତେ ଜଣାଇଥିଲେ।