October 26, 2026

ଭୟଙ୍କର ଦୁର୍ଘଟଣା, ଜଣେ ମୃତ ଚାରି ଗୁରୁତ୍ୱର ଆହାତ, ସ୍ଥାନୀୟ ଲୋକ ଙ୍କ ରାସ୍ତା ଅବରୋଧ

accident-1
Share


ଅସ୍ତରଙ୍ଗ,, ଆଜି ଅପରାହ୍ନ ୩ ଘଟିକା ସମୟ ରେ ଅସ୍ତରଙ୍ଗ ବ୍ଲକ ଉକୁଳେଇ ଛକ ନିକଟରେ ଏକ ଭୟାଭୟ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁ ଦୁର୍ଘଟଣା ରେ ଜଣେ ମୃତ ଆଉ ଚାରି ଜଣ ଗୁରୁତର ଆହତ ହୋଇଥିବା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ସୁଜିତ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଏକ ନାଲି ରଙ୍ଗ ର ହିରୋ ସ୍ପେଣ୍ଡର ବାଇକ ( ଓ ଡି,୧୩ A ୩୯୧୩ ) ରେ ଏକ ବ୍ୟକ୍ତି ୨ ଜଣ ମହିଳା ଙ୍କୁ ଧରି ଉକୁଳେଇ ମନ୍ଦିର ରୁ ଆସି ବାମ ପଟେ ଅସ୍ତରଙ୍ଗ ରାସ୍ତା ରେ ଯାଉଥିବା ସମୟ ରେ କାକଟପୁର ରାସ୍ତା ରୁ ଦ୍ରୁତ ଗତି ରେ ଏକ ବ୍ଲୁ ରଙ୍ଗ ର ଏଫଜେଡ ବାଇକ (ODO2 A T, ୫୯୩୦) ରେ ୨ ଜଣ ଯୁବକ ଅସ୍ତରଙ୍ଗ ଆସୁଥିବା ସମୟ ରେ ଉକୁଳେଇ ଠାକୁରାଣୀ ନିକଟରୁ ଆସୁଥିବା ବ୍ୟକ୍ତି ଙ୍କୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳ ରେ ଉଭୟ ବାଇକ ରେ ବସିଥିଵା ପାଞ୍ଚ ଜଣ ଜାକ ଗୁରୁତ୍ୱର ହୋଇ ରାସ୍ତା ରେ ରକ୍ତାକ୍ତ ଅବସ୍ଥା ରେ ପଡିଥିଲେ ବେଳେ, କିଛି ବ୍ୟକ୍ତି ଙ୍କ ସହାୟତା ରେ ଚାରି ଜଣଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଥିଲା, ଅସ୍ତରଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୁଜିତ ମହାନ୍ତି ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହିତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅସ୍ତରଙ୍ଗ ବଜାର କମିଟି ଅଧକ୍ଷ ଦୁଷ୍ମନ୍ତ ପରିଡା ତାଙ୍କ ନିଜ ଚାରି ଚକିଆ ଯାନ ରେ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ସୂଚନା ମୁତାବକ ଉକ୍ତ ଚାରି ଜଣ ହେଲେ ଜଗତସିଂହପୁର ଜିଲ୍ଲା ଆମ୍ବପଡା ଗ୍ରାମ ର ବିଉଟି ଖୁଣ୍ଟିଆ, ଅସ୍ତରଙ୍ଗ ଓସ୍ତପୁର ଗ୍ରାମ ର ଲିସି ସେନାପତି, ଅସ୍ତରଙ୍ଗ ଚକରପଡା ଗ୍ରାମ ର ବସନ୍ତ ନାୟକ, ଅସ୍ତରଙ୍ଗ ଓଳିହାଁ ଗ୍ରାମ ର ଲାଲ ମୋହନ ପାତ୍ର, କିନ୍ତୁ ଆଉ ଜଣେ ଯୁବକ ଗୁରୁତର ଅବସ୍ଥା ରେ ଉକୁଳେଇ ଛକ ରେ ପଡିଥିଲେ । ତାଙ୍କ ଅବସ୍ଥା ରୁ ମୃତ ବୋଲି ସ୍ଥାନୀୟ ଲୋକ ସନ୍ଦେହ କରି ଅସ୍ତରଙ୍ଗ ପୋଲିସ କୁ ସୂଚନା ଦେଇଥିଲେ, ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂ, ଉପ ଅଧିକାରୀ ସଂଗ୍ରାମ ସ୍ୱାଇଁ ଘଟଣା ସ୍ଥଳ ରେ ପହଂଚି ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଉକ୍ତ ବ୍ୟକ୍ତି କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ହେଲେ ଡାକ୍ତର ଶ୍ରୀଯୁକ୍ତ ମହାନ୍ତି ପରୀକ୍ଷା କରି ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସୂଚନା ମୁତାବକ ଉକ୍ତ ଯୁବକ ଅସ୍ତରଙ୍ଗ ବ୍ଲକ ଓଳିହା ଗ୍ରାମ ର ଅସିତ ବିଶ୍ୱାଳ ବୋଲି ଜଣାପଡିଛି ।ଅନେକ ଦିନ ହେବ ଏହି ଉକୁଳେଇ ଛକ ନିକଟରେ ଅନେକ ଦୁର୍ଘଟଣା ଘଟିବାରେ ଲାଗିଛି,କିନ୍ତୁ ବ୍ଲକ ତଥା ପୂର୍ତ୍ତ ବିଭାଗ ପ୍ରଶାସନ ତରଫରୁ କୌଣସି ପ୍ରକାର ହମ୍ପ ନିର୍ମାଣ କରାଯାଉନାହିଁ । ବାରମ୍ବାର ଦୁର୍ଘଟଣା ଘଟିବାର ପ୍ରତିବାଦ କରି ସ୍ଥାନୀୟ ଲୋକ ନିଆଁ ଜାଳି ରାସ୍ତାରୋକ କରିଥିଲେ ।ଏହି ଅଂଚଳ ରେ ଏକ ଶକ୍ତି ପୀଠ,ଡିଗ୍ରୀ, କଲେଜ, ଜ଼ାଭିୟର ସ୍କୁଲ, ଅନେକ କୋଚିଂ ସେଣ୍ଟର ରହିଛି । ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଆଉ ଛାତ୍ରଛାତ୍ରୀ ଏହି ଅଂଚଳ ରେ ଯାତାୟାତ କରୁଛନ୍ତି । ସେଥିପାଇଁ ସେମାନେ କେତେ ସୁରକ୍ଷିତ ତାହାକୁ ନେଇ ସ୍ଥାନୀୟ ଲୋକ ଚିନ୍ତାରେ ଥିବା ବେଳେ,ବର୍ଷକ ଭିତରେ କାକଟପୁର ଠାରୁ ଅସ୍ତରଙ୍ଗ ନ କିଲୋମିଟର ରାସ୍ତାରେ କେବଳ ବାଇକ୍ ଦୁର୍ଘଟଣା ଘଟି ୫ ଜଣ ଲୋକ ମୃତ୍ୟୁ ବରଣ କରିଥିବା ସ୍ଥଳେ, ଅସ୍ତରଙ୍ଗ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ବୋଲି ଦେଖିବାକୁ ମିଳିଅଛି ।

You may have missed