April 24, 2026

ଡେଙ୍ଗାପଦର ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

IMG-20230718-WA0043
Share

ଡେଙ୍ଗାପଦର ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ରୋହିଗାଁ କ୍ଲଷ୍ଟର ଅଧିନରେ ଥିବା ଡେଙ୍ଗାପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ମଙ୍ଗଳବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ଶିକ୍ଷାବର୍ଷର ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠୀତ ହୋଇଯାଇଛି I ଏଥିରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ମହାଙ୍କୁଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଳେ ଉକ୍ତ କାର୍ଯ୍ୟକ୍ରମରେ ରୋହିଗାଁ କ୍ଲଷ୍ଟରର ସିଆରସିସି ଦିଲ୍ଲୀପ କୁମାର ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କିପରି ସରକାରୀ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକାରୀ ହେଉଛି ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ପୋଷାକ ବଣ୍ଟନ ପରି ବିଭିନ୍ନ କାର୍ଯ୍ୟକ୍ରମ ସରକାରଙ୍କୁ ଲୋକାଭିମୁଖୀ କରୁଛି ତତ୍ ସହିତ କିପରି ଭଲ ପାଠ ପଢିବା ଦ୍ୱାରା ଭଲ ମଣିଷ ଟିଏ ହୋଇ ନିଜ ବିଦ୍ୟାଳୟ ସମେତ ଗ୍ରାମର ନାମକୁ ମଧ୍ୟ ସାରା ଦୁନିଆରେ ପରିଚୟ ସୃଷ୍ଟି କରିପାରିବ ସେହି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ କୁକୁଡ଼ାଖଣ୍ତି ପ୍ରେସ୍ କ୍ଲବ ସଭାପତି ପି.କୃଷ୍ଣମୂର୍ତ୍ତି, ବିଦ୍ୟାଳୟରେ ପରିଚାଳନା କମିଟିର ସଭାପତି ପି.ଗଣେଶ ଚନ୍ଦ୍ର ପାତ୍ର , ପୂର୍ବତନ ସଭାପତି ଦଣ୍ଡପାଣି ପଣ୍ଡାଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed