November 23, 2024

ପାରଳାଖେମୁଣ୍ଡି ୭ନଂ ୱାର୍ଡର ବିଭିନ୍ନ ସମସ୍ୟା ନେଇ ସୁଭଦ୍ରା ବିହାର ବାସିନ୍ଦା ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ —

Share

ପାରଳାଖେମୁଣ୍ଡି ୭ନଂ ୱାର୍ଡର ବିଭିନ୍ନ ସମସ୍ୟା ନେଇ ସୁଭଦ୍ରା ବିହାର ବାସିନ୍ଦା ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ————-

ପାରଳାଖେମୁଣ୍ଡି:୧୪/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା
ପାରଳାଖେମୁଣ୍ଡି ସହରର ସୁଭଦ୍ରା ବିହାର ରେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ମାନେ ଗଜପତି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ସୂଚନା ପ୍ରକାରେ ଉକ୍ତ ସୁଭଦ୍ରା ବିହାରର ସ୍ଥପତି ପର ଠାରୁ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବାର ଅଭିଯୋଗ କରିଛନ୍ତି । ଏହି ବିହାରକୁ ରାସ୍ତା ଠାରୁ ଆରମ୍ଭ କରି ନାଳ ସମସ୍ୟା, ଜଳ ନିଷ୍କାସନ ନ ହେବା, ସହରର ମଇଳା ତଥା ଆବର୍ଜନା ଗୁଡିକ ବର୍ଷାରେ ବୋହି ଆସି ଜମାଟ ହେବା, କଦର୍ଯ୍ୟ ପରିବେଶ ଯୋଗୁଁ ଘର ଗୁଡିକରେ ସରୀସୃପ ପଶିଯିବା, ମଶାର ପଦୂର୍ଭାବ ବଢିବା ଭଳି ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ସ୍ଥାନୀୟ ଗୃହିଣୀ ମାନେ ଅଭିଯୋଗ କରିଥିଲେ । ଉଲ୍ଲେଖିତ ସମସ୍ୟା ଗୁଡିକୁ ବାରମ୍ବାର ବିଭିନ୍ନ ସ୍ତରରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଦୃଷ୍ଟି ପଦକ୍ଷେପ ନିଆଯାଇ ନଥିବାର ମଧ୍ୟ ଜଣାଇଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାଗୁଡିକର ସମାଧାନ ନ ହୁଏ ତେବେ ଆନ୍ଦୋଳାତ୍ମକ ପନ୍ଥା ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଏକ ଲିଖିତ ଅଭିଯୋଗ ଦେବା ସହ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ ।