August 26, 2026

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ରେ ତାଲା

bfabe8d1-5c16-497c-b982-b1fd0f39fcb8
Share

ପାରଳାଖେମୁଣ୍ଡି:୬/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ବ୍ୟାପକ ଭାବେ ଦୁର୍ନୀତି ହେଉଥିବା ନେଇ ଆଜି ବିଜେପି ସମର୍ଥିତ ଗରିବ ହରିଜନ,ଆଦିବାସୀ ତଥା ଆବାସ ଯୋଜନା ରେ ବଞ୍ଚିତ ହୋଇଥିବା ହିତାଧିକାରୀ ମାନେ ପହଞ୍ଚି ବ୍ଲକ ର ମୁଖ୍ୟ ଫାଟକରେ ତାଲା ପକେଇ ଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ ଆଜି ସମିତି ର ବୈଠକ ରଖାଯାଇଥିଲା, କିନ୍ତୁ ମୁଖ୍ୟ ଫାଟକରେ ପାଖରେ ଶତାଧିକ ମହିଳା ଓ ପୁରୁଷ ବ୍ଲକ ରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ବିକ୍ଷୋଭ କରିବା ସହ ଧାରଣା ରେ ବସିଥିଲେ। ବିକ୍ଷବ କରି ମାନଙ୍କ ମୁଖ୍ୟ ଦାବି ହେଲା ଆବାସ ଯୋଜନା ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବା,ଓ ଯୋଗ୍ୟ ହିତାଧିକାରୀ ମାନେ ତାଲିକାରୁ ବାଦ୍ ପଡିବା , ବିକଳାଙ୍ଗ ମାନଙ୍କ ପେନସନ ଓ ଗୃହ ଯୋଗାଣ ରେ ଅନିୟମିତତା ଓ ସଂପ୍ରତି ଅମୃତ ସରବର୍ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି।ସୂଚନା ଯୋଗ୍ୟ ଯେ ପୋଖରୀ ଖନନରେ ମଣିଷ ବଦଳରେ ମେସିନି ଯୋଗେ କାର୍ଯ୍ୟ କରାଯାଉଛି, ଜବ୍ କାଡ ଧରି ମାନେ କାମ ନ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ସରକାରଙ୍କ ନିୟମ ମୁତାବକ ମାଟି ଖୋଲିଲେ ୧ ସିଏମ କୁ ଯାହାକି , ମେସିନରି ଦ୍ଵାରା କରାଗଲେ ସିଏମ ୪୮ ଟଙ୍କା ଦେୟ ପଡୁଛି, ଯାହାରି ଫଳରେ ବୋହୂ ଟଙ୍କା ହଡ଼ପ୍ କରାଯାଇ ,ଠିକାଦାର ,ଯନ୍ତ୍ରୀ ,ଓ ପ୍ରଶାସନ ଉକ୍ତ ଟଙ୍କା କୁ ହଡ଼ପ କରୁଛନ୍ତି। ବ୍ଲକରେ ଉପରୋକ୍ତ ଧାରଣା ରେ ପୂର୍ବତନ ସରପଞ୍ଚ ଡି. ଚିଟିବାବୁ, ଉମାଶଙ୍କର ଗନ୍ତାୟତ, ଏନ.କୋଟେଶ୍ୱର ରାଓ , କେ. କିରଣ କୁମାର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଏହି ବିକ୍ଷୋଭରେ ଜନସାଧାରଣ ଯୋଗ ଦେଇ ଥିଲେ l

You may have missed