November 22, 2026

ନଭେମ୍ବର ୨୫ ସୁଦ୍ଧା ଧାନ କିଣା ଆରମ୍ଭ ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ସଂଯୁକ୍ତ କୃଷକ ସଂଗଠ

IMG-20261120-WA0339
Share

ନବରଗଡ଼:ତା ୨୦/୧୧(ସୁରେନ୍ଦ୍ର କଠାର) ନଭେମ୍ବର ୨୫ ତାରିଖ ସୁଦ୍ଧା ଧାନ କିଣା ଆରମ୍ଭ କରିବା ସହ ଜିଲ୍ଲାର ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ଏକାଥରକେ ଟୋକନ ପ୍ରଦାନ କରିବା ଦାବିରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବରଗଡ଼ ଜିଲ୍ଲାରେ ବିପୁଳ ପରିମାଣର ଧାନ ଉତ୍ପାଦନ ହେଉଥିବାବେଳେ ଅମଳ ପରେ ଧାନ ସଂରକ୍ଷଣ ପାଇଁ ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ଗୋଦାମ ବ୍ୟବସ୍ଥା ନାହିଁ। ଅନ୍ୟପଟେ ଲଘୁଚାପଜନିତ ବର୍ଷା ଓ ଅନିଶ୍ଚିତ ଧାନ ସଂଗ୍ରହ ଚାଷୀଙ୍କ ଚିନ୍ତା ବଢ଼ାଇଛି।ସମସ୍ତ ମଣ୍ଡି ତୁରନ୍ତ ଖୋଲିବା, ଦଲାଲମୁକ୍ତ ଧାନ ସଂଗ୍ରହ, କଟନୀ ଛଟନୀ ବନ୍ଦ କରିବା ଏବଂ ମଣ୍ଡିରେ ଧାନ ପଡ଼ିବାର ୪୮ ଘଣ୍ଟା ମଧ୍ୟରେ କିଣା ସମ୍ପୂର୍ଣ୍ଣ କରିବାକୁ ସଂଗଠନ ଦାବି କରିଛି। ଏଥିସହ ୨୫ ନଭେମ୍ବର ୨୦୨୬ରୁ ଧାନ ସଂଗ୍ରହ ଆରମ୍ଭ କରି ୩୧ ଜାନୁଆରୀ ୨୦୨୭ ସୁଦ୍ଧା ଶେଷ କରିବାକୁ ନିବେଦନ କରାଯାଇଛି। ଦାବି ପୂରଣ ନହେଲେ ଚାଷୀଙ୍କ ପକ୍ଷରୁ ବଡ଼ଧରଣର ଆନ୍ଦୋଳନ ହେବା ନେଇ ଚେତାବନୀ ଦିଆଯାଇଛି।ଦାବିପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ସୁଦାମ ପାତ୍ର, କିଶୋର ସାହୁ ଓ ନିରନ ପଧାନ ଉପସ୍ଥିତ ଥିଲେ।

You may have missed