November 15, 2026

କେନ୍ଦୁଝର ପୋଲିସ ପକ୍ଷରୁ ବିଷ୍ଣୁପ୍ରିୟା ବାଳାଶ୍ରମରେ ଶିଶୁ ଦିବସ ପାଳିତ

IMG-20261114-WA0102
Share

ହାଟଡିହି ତା ୧୪/୧୧(ମନମୋହନ ନାୟକ) : ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦୁଝର ପୋଲିସ ପକ୍ଷରୁ ବିଷ୍ଣୁପ୍ରିୟା ବାଳାଶ୍ରମରେ ଶିଶୁ ଦିବସ ପାଳନ କରାଯାଇଛି। ଏହି ଅବସରରେ ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ଓ ସୋସୋ ଥାନା ଆଇଆଇସି କାନନ ସାହୁ ଉପସ୍ଥିତ ରହି ବାଳାଶ୍ରମର ଶିଶୁମାନଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇଥିଲେ। ଏହାସହ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଶିଶୁ ଦିବସର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଅଧିକାରୀମାନେ ଶିଶୁମାନଙ୍କୁ ଉଦ୍‌ବୋଧନ ଦେଇ ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବୋଲି କହିବା ସହ ଶିଶୁଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ, ଶିଶୁ ଅଧିକାର ଓ ସାମାଜିକ ସଚେତନତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ପୋଲିସ ଓ ଶିଶୁମାନଙ୍କ ମଧ୍ୟରେ ଏଭଳି ସ୍ନେହପୂର୍ଣ୍ଣ ମିଳନ ଶିଶୁମାନଙ୍କ ମନରେ ଆନନ୍ଦ ଭରିବା ସହ ସେମାନଙ୍କ ମନରେ ସୁରକ୍ଷା ଓ ସଚେତନତାର ଭାବନା ସୃଷ୍ଟି କରିଥିଲା।ଏଥିରେ ନନ୍ଦିପଦା ଥାନାର ଏସ.ଆଇ ତ୍ରିପୁରା ପ୍ରିୟ ଦର୍ଶନୀ, ସୋସୋ ଥାନାର ଏଏସଆଇ ମହିମାନି ଟୁଡୁ ଓ ବାଳାଶ୍ରମର ସମସ୍ତ ଅନ୍ତେବାସୀ ମାନେ ସାମିଲ ହୋଇଥିଲେ।