ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟରେ ସାମିଲ ହେଲା ଅସ୍ତରଙ୍ଗ ନୋଡାଲ ବିଦ୍ୟାଳୟ
ଅସ୍ତରଙ୍ଗ ୬/୧୧, ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷାର ସୁଯୋଗ ସମ୍ପ୍ରସାରଣ ଏବଂ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ୬୩୦ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ କରାଯାଇଛି। ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଭାସି ମାଧ୍ୟମ ରେ ଏହି ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି l ଏହି ଅବସରରେ ପୁରୀ ଜିଲ୍ଲାର ୧୦ ଟି ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିବାବେଳେ,ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ୍ ପଡ଼ିଆ ଠାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା l ମୁଖ୍ୟ ଅତିଥି ଭାବେ ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ୍ ପ୍ରତିନିଧି ଦିବାକର ଛାଟୋଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ବ୍ଲକ୍ ଅଧ୍ୟକ୍ଷା ଆରତୀ ନାଏକ, ଉପାଧ୍ୟକ୍ଷ ଦୃଜୟ ମିଶ୍ର,ମଣ୍ଡଳ ଶିକ୍ଷା ଅଧିକାରୀ, ଅସ୍ତରଙ୍ଗ, ନୋଡାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ସମେତ ଅନେକ ସିଆରସିସି ଉପସ୍ଥିତ ରହିବା ସହ ଏହି ଯୋଜନା ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଉନ୍ନତ ଶିକ୍ଷଣ ପରିବେଶ, ଆଧୁନିକ ଶିକ୍ଷା ସୁବିଧା ଓ ଉନ୍ନତ ଭିତ୍ତିଭୂମି ଉପଲବ୍ଧ କରାଇବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦିଆଯିବ ବୋଲି ଭାଷଣ ରେ ପ୍ରତିକ୍ରିୟା ରଖିଥିଲେ । ଶିଶୁ ବାଟିକା ରୁ +୨ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ଖସଡା ରହିବ l ଏହା ସହ ଶାରୀରିକ, ମାନସିକ, ଡିଜିଟାଲ ଶିକ୍ଷା କୁ ଏହି ମାଧ୍ୟମ ରେ ବୃଦ୍ଧି କରାଯିବ l ଅସ୍ତରଙ୍ଗ ନୋଡାଲ ପ୍ରାଥମିକ ବିଦ୍ୟାଳୟ ପାଇଁ ସରକାର ଙ୍କ ତରଫରୁ ୬ କୋଟି ଟଙ୍କା ମଞ୍ଜୁର ହେବ ବୋଲି ଶିକ୍ଷା ଅଧିକାରୀ କହିଥିଲେ,ଏହା ଦ୍ୱାରା ଗ୍ରାମାଞ୍ଚଳର ଶିଶୁମାନଙ୍କୁ ମଧ୍ୟ ଉନ୍ନତ ଓ ଗୁଣାତ୍ମକ ସହିତ ଆଧୁନିକ ଶିକ୍ଷାର ସୁଯୋଗ ମିଳିପାରିବ। ରାଜ୍ୟ ସରକାର ଙ୍କ ଏହି ନିଷ୍ପତି ପାଇଁ ସର୍ବଶେଷ ରେ ଉପସ୍ଥିତ ଅଭିଭାବକ, ଛାତ୍ର ଛାତ୍ରୀ ଓ ଅତିଥି ମାନେ ସରକାର ଙ୍କୁ ଭୃୟସୀ ପ୍ରଶଂସା କରିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶତାଧିକ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l
