ସକାଳର ଖବର,
*╭───────────────────╮*
*🌄ସକାଳର ଖବର, ୨୨-ଜୁନ-୨୦୨୩, ଗୁରୁବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଶରଧାବାଲିରେ ତିନି ରଥ, ଆଜି ଦିନବ୍ୟାପି ଭକ୍ତଙ୍କୁ ଦର୍ଶନ ଦେବା ସହ ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀ ତଥା ଆଡପମଣ୍ଡପକୁ କରିବେ ବିଜେ ।
➡️୨-ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ହେଲା ସ୍ଥିର, ଜୁନ ୨୪ରେ ପ୍ରାଣ ପ୍ରତିଷ୍ଠା କରାଯିବା ସହ ଚକ୍ଷୁ ଖୋଲାଯିବ ଏବଂ ଆରମ୍ଭ ହେବ ରାମଲଲାଙ୍କ ଦିବ୍ୟ ଦର୍ଶନ l
➡️୩-ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗତକାଲି ହେଲା ରଥଟଣା। ପୁରୀ ରଥଯାତ୍ରାର ଗୋଟିଏ ଦିନ ପରେ ଏଠାରେ ଘୋଷଯାତ୍ରା ହୋଇଥାଏ। ପରମ୍ପରା ଅନୁସାରେ ମହିଳାମାନେ ଟାଣିଲେ ଦର୍ପଦଳନ ରଥ l
➡️୪-୧୫ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମୋହର l ରାଜ୍ୟରେ ପୁଷ୍ଟିଗତ ସ୍ଥିତିର ଉନ୍ନତି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା l
➡️୫-ଯୋଗମୟ ସାରା ଜଗତ l ଜଳରେ ଯୋଗ … ସ୍ଥଳରେ ଯୋଗ … ଆକାଶରେ ବି ଯୋଗ, ସବୁଠି ଯୋଗ ହିଁ ଯୋଗ। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗାଭ୍ୟାସ କଲେ ମୋଦି l
➡️୬-ଗଙ୍ଗୋତ୍ରୀ, ୟମୁନେତ୍ରୀ ଓ ବଦ୍ରିନାଥ ଚାରିଧାମରେ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ରେକର୍ଡ, କେଦାରନାଥରେ ଦର୍ଶନ ନିମନ୍ତେ ବନ୍ଦ ହେଲା ରେଜିଷ୍ଟ୍ରେସନ l ଚଳିତବର୍ଷ ଏପର୍ଯ୍ୟନ୍ତ ୪୭.୩୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ଲାଗି ପଞ୍ଜିକରଣ କରିଥିବା ଆସିଲା ସୂଚନା l
➡️୭-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି l ସେ ଆଜି ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି l
➡️୮-ପ୍ରାଚୀନ ‘ସଉରା’ ଭାଷାକୁ ସାମ୍ବିଧାନିକ ମାନ୍ୟତା ପାଇଁ କ୍ୟାବିନେଟର ମିଳିଲା ମଞ୍ଜୁରୀ l ଉପକୃତ ହେବେ ୫ ଲକ୍ଷରୁ ଊର୍ଦ୍ଧ୍ୱ ସଉରା ଭାଷାଭାଷୀ l
➡️୯-୨ ମାସର ଖରାଛୁଟି ପରେ ଖୋଲିଲା ବାହାନଗା ହାଇସ୍କୁଲ l ହେଲା ହୋମଯଜ୍ଞ, ନୂଆ ଶ୍ରେଣୀଗୃହରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ l
➡️୧୦-ଫିଲ୍ମ ଆଦିପୁରୁଷ ଉପରେ କଟକଣା ଲଗାଯିବା ଆବେଦନ ଉପରେ ତୁରନ୍ତ ଶୁଣାଣୀ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ,ଜୁନ ୩୦ରେ ହେବ ଆଗାମୀ ଶୁଣାଣୀ l
➡️୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମିଳିଲା ହତ୍ୟା ଧମକ l ଜଣେ ବ୍ୟକ୍ତି ଦିଲ୍ଲୀ ପୁଲିସକୁ ଫୋନ୍ କରିକି ଏହି ଧମକ ଦେଇଛି।
➡️୧୨-ରାଜ୍ୟରେ ପ୍ରତିଷ୍ଠା ହେବ ଜଳ ସୂଚନା କେନ୍ଦ୍ର: ପ୍ରସ୍ତାବ ପ୍ରସ୍ତୁତ କରିବା ନେଇ ଭୂତଳ ଜଳ ବୋର୍ଡକୁ ଜଳସମ୍ପଦ ବିଭାଗ ଲେଖିଲେ ଚିଠି l
➡️୧୩-ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପ୍ରସଙ୍ଗ, ୩ୟ ସାକ୍ଷୀ ସହଯୋଗୀ ଦୀପକର ବୟାନ ରେକର୍ଡ କଲା କୋର୍ଟ l
➡️୧୪-ଭାରତ ଓ ଇଣ୍ଡୋନେସିଆର ମୋଟ ୨୦ ଔଷଧର ଯାଞ୍ଚ ପାଇଁ ତାଲିକାଭୁକ୍ତ କଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ l ଏଥିରେ ସାମିଲ ଅଛି ଭାରତ ନିର୍ମିତ ୭ଟି କଫ ସିରପ୍ l
➡️୧୫-ପ୍ରକ୍ଷାତ ବଲିଉଡ ଗାୟକ ତଥା ରାପର ହନି ସିଂହଙ୍କୁ ମିଳିଲା ହତ୍ୟା ଧମକ। ଦୁର୍ଦ୍ଦାନ୍ତ ଅପରାଧୀ ଗୋଲଡି ବରାଡ ତାଙ୍କୁ ଜୀବନରୁ ମାରିଦେବ ବୋଲି ଦେଲା ଧମକ l
➡️୧୬-ଲାବୁସେନକୁ ପଛରେ ପକାଇ ଟେଷ୍ଟରେ ଏକ ନମ୍ୱର ବ୍ୟାଟର ହେଲେ ଜୋ ରୁଟ୍, ବୋଲିଂରେ ଟପ୍ରେ ରହିଲେ ରବିଚନ୍ଦ୍ରନ ଅଶ୍ୱିନ l
➡️୧୭-ଆଇସିସି, ବିସିସିଆଇ ଦେଲେ ପାକିସ୍ତାନକୁ ବଡ଼ ଝଟକା, ବିଶ୍ବକପ- ମ୍ୟାଚ ସ୍ଥାନ ପରିବର୍ତ୍ତନ ଅନୁରୋଧକୁ କଲେ ପ୍ରତ୍ୟାଖ୍ୟାନ l
➡️୧୮-ଭାରତୀୟ ୨୩ ବର୍ଷରୁ କମ୍ ମହିଳା ଦଳ ଏମଜିଂ ଏସିଆ କପ୍ ଟ୍ବେଣ୍ଟି-୨୦ରେ ହେଲେ ବିଜେତା l
➡️୧୯-ସାଫ୍ ଚାମ୍ପିଅନ୍ସିପ୍ : ଭାରତର ଦମଦାର ବିଜୟ ଅଭିଯାନ l ସୁନୀଲ ଛେତ୍ରୀଙ୍କ ହାଟ୍ରିକ୍ ଗୋଲ୍ ବଳରେ ଭାରତ ପାକିସ୍ତାନକୁ ୪-୦ରେ ହରାଇ ବିଜୟୀ ଅଭିଯାନ କଲା ଆରମ୍ଭ । ଶନିବାର ନିଜ ଦ୍ୱିତୀୟ ଗ୍ରୁପ୍-ଏ ମ୍ୟାଚ୍ ରେ ନେପାଳକୁ ଭେଟିବ ।
➡️୨୦-ଭାରତର ତାରକା ଟେନିସ୍ ଖେଳାଳି ରୋହନ ବୋପାନ୍ନା ସେପ୍ଟେମ୍ବରରେ ଡେଭିସ୍ କପ୍ରୁ ଅବସର ନେବାକୁ କଲେ ଘୋଷଣା l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଜାତୀୟ ପିଆଜ ରିଙ୍ଗ ଦିବସ ll*
*🔅ଆଜି ବିଶ୍ୱ ବର୍ଷା ବନ ଦିବସ ll*
*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*