May 30, 2025

ପୂର୍ବତନ ପଂଚାୟତିରାଜ ମନ୍ତ୍ରୀ ଦାମୋଦର ରାଉତଙ୍କ ପରଲୋକ….

Share

ତିର୍ତ୍ତୋଲ -ବିଚକ୍ଷଣ ରାଜନୀତିଜ୍ଞ ତଥା ପୂର୍ବତନ ପଞ୍ଚାୟତରାଜ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତରାୟଙ୍କ ପରଲୋକ ପ୍ରାପ୍ତ ହୋଇଯାଇଛି ! କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ଏକ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ! ସ୍ୱାସ୍ଥ୍ୟରେ ଉନ୍ନତି ନ ହେବାରୁ ଗତକାଲି ତାଙ୍କୁ ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା ! ଏହି ସମୟ ମଧ୍ୟରେ ତାଙ୍କର ହୁଦଘାତ ହୋଇଥିବାର ସୂଚନା ମିଳିଥିଲେ ବି ଆଜିର ଦିନରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ! ଏହି ଦୁଃଖଦ ଖବର ପ୍ରସାରଣ ହେବାପରେ ତାଙ୍କର ସମର୍ଥକ ତଥା ବିଭିନ୍ନ ରାଜନୈତିକ କର୍ମୀ ଓ ନେତାଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ! ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ପାରାଦ୍ୱୀପ ବିଧାୟକ ପୁତ୍ର ସମ୍ବିତ ରାଉତରାୟ ଙ୍କ ସମେତ ସପରିବାର ଉପସ୍ଥିତ ଥିଲେ !ତାଙ୍କ ମୃତ୍ୟୁରେ ଜଗତସିଂହପୁର ଜିଲ୍ଲା ଜଣେ ବିଜ୍ଞ ରାଜନୀତି ବିଶାରଦଙ୍କୁ ହରେଇଲା ବୋଲି ଚର୍ଚ୍ଚା ହେଉଛି !ରାଜ୍ୟର ସମସ୍ତ ନେତା ମନ୍ତ୍ରୀ ମାନେ ଡକ୍ଟର ରାଉତରାୟ ଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିବାର ଖବର ଜଣାପଡିଛି !ତାଙ୍କର ମରଶରୀର କୁ ନିଜ ବାସଭବନ ତିର୍ତ୍ତୋଲ, ଏରସମା, ଆଦି ସ୍ଥାନକୁ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ଶୋଭାଯାତ୍ରାରେ ଅଣାଯିବାକୁ ରହିଛି ବୋଲି ସୂଚନା ମିଳିଛି !

(ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ସହିତ ଶରତ କୁମାର ଦାଶ ଏବଂ ଦେବାଶିଷ ପାଣି ଙ୍କ ରିପୋର୍ଟ)

You may have missed