April 25, 2026

ପବିତ୍ର ପଣାସଂକ୍ରାନ୍ତୀ ରେ ଷ୍ଟେସନ ଏବଂ ନୀଳକଣ୍ଠେଶ୍ଵର ଅଟୋଚାଳକ ସଙ୍ଘ ପକ୍ଷରୁ ଦହି ସର୍ବତ ବଣ୍ଟନ l

IMG-20260415-WA0085
Share

 

ଗତକାଲି ପବିତ୍ର ପଣାସଂକ୍ରାନ୍ତି ରେ ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଙ୍ଘ ଏବଂ ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଙ୍ଘ ମିଳିତ ଆନୁକୂଲ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନିମନ୍ତେ ଆସୁଥିବା ପର୍ଯ୍ୟଟକ, ତୀର୍ଥଯାତ୍ରୀ ଏବଂ ଭକ୍ତ ମାନଙ୍କ ନିମନ୍ତେ ଆସନ୍ତା ଚାରିମାସ ପର୍ଯ୍ୟନ୍ତ ଦହିସର୍ବତ ବଣ୍ଟନ ଚାଲୁଅଛି l ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ସମ୍ମାନିତ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯୋଗଦାନ କରି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଂଘର ସଭାପତି ଦୁର୍ଗା ଚରଣ ଖୁଣ୍ଟିଆ, ପୁରୀଜିଲ୍ଲା ଅଟୋ ଚାଳକ ସଙ୍ଘର ସମ୍ପାଦକ ତଥା ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଙ୍ଘ ର ସମ୍ପାଦକ ଅକ୍ଷୟ ପ୍ରଧାନ ଏବଂ ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଙ୍ଘର ସଭାପତି ଶ୍ରୀକାନ୍ତ ପରିଜା,ସମ୍ପାଦକ ଟୁନା ବାରିକ ଙ୍କ ସହିତ ଦୁଇଟି ଅଟୋ ଚାଳକ ସଂଘର ସମସ୍ତ କର୍ମକର୍ତ୍ତା ପ୍ରତିଦିନ ଏହି କାର୍ଯ୍ୟକ୍ରମ କୁ ସମ୍ପାଦନା କରିବାରେ ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed