ନବରଙ୍ଗପୁର ସାଇ କେୟାର ଏଜୁକେସନ ସମ୍ମିଳନୀ କକ୍ଷ ଠାରେ ୧୬୭ ମଧୁବାବୁ ଜୟନ୍ତୀ ପାଳିତ…….
ନବରଙ୍ଗପୁର:-ତା: ୨୮.୪.୨୦୨୪ ରବିବାର, ଆଜି ସ୍ଥାନୀୟ ସାଇ କେୟାର ଏଜୁକେସନ ସମ୍ମିଳନୀ କକ୍ଷ ଠାରେ ଉତ୍କଳ ସମ୍ମିଳନୀ, ଓଡିଶା ର ନବରଙ୍ଗପୁର ଜିଲ୍ଲା ଶାଖା ଆନୁକୁଲ୍ୟରେ ଓଡିଶାର ବରପୁତ୍ର, ଓଡ଼ିଆ ମାଟିର ବୀର ସୁତ ଯିଏ କୋଟି କୋଟି ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ , ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ଗ୍ରାଜୁଏଟ, ପ୍ରଥମ ଏମ୍ଏ, ପ୍ରଥମ ବାରିଷ୍ଟର, ପ୍ରଥମ ମନ୍ତ୍ରୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ କୁଳବୃଦ୍ଧ ମଧୁବାବୁଙ୍କର ୧୭୬ତମ ଜୟନ୍ତି ତଥା ସ୍ବାଭିମାନ ଦିବସ,ଉତ୍କଳ ସମ୍ମିଳନୀ,ନବରଙ୍ଗପୁର ଜିଲ୍ଲା ଶାଖା ସାଧାରଣ ସଂପାଦକ ଶ୍ରୀ ଦୁର୍ଗା ପ୍ରସୀଦ ପାଢୀଙ୍କ ପୌରହିତ୍ଯ ରେ ପାଳନ ହୋଇ ଯାଉଛି।
ଏହି ଅବସରରେ ଆଲୋଚକ ଭାବେ ଶ୍ରୀଯୁକ୍ତ ନାରାୟଣ ପଣ୍ଡା ଯୋଗ ଦେଇ ଦିବଙ୍ଗତ ମଧୁବାବୁଙ୍କ ସମୟର ଶ୍ରୁଙ୍ଖଳିତ ତଥା ତ୍ଯାଗ ପୁର୍ଣ୍ଣ ଜୀବନୀ ଉପରେ ଆଲୋଚନା କରି ଥିଲେ। ସେହି ପରି ଶ୍ରୀଯୁକ୍ତ ନିରନ୍ତର ମିଶ୍ର ଓଡିଆ ଭାଷା ପ୍ରିତି ସହ ସ୍ବତନ୍ତ୍ର ପ୍ରଦେଶ ଗଠନରେ ମଧୁ ବାବୁଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଅବନୀ କୁମାର ତ୍ରିପାଠୀ ତଥା ଉତ୍କଳ ସାହିତ୍ୟ ପରିଷଦର ମୁଖ୍ଯ ସଂପାଦକ ଶ୍ରୀଯୁକ୍ତ ସହଦେବ ପରିଡା ତଥା ପ୍ରାକ୍ତନ ଓଡିଶା ସହିତ୍ୟ ଏକାଡେମୀ ସଦସ୍ୟା ଶ୍ରୀମତି ଜେମାମଣି ବିଷୋୟୀ ପ୍ରମୁଖ ମଂଚାସୀନ ହୋଇ ମଧୁବାବୁଙ୍କ ଓଡିଆ ଭାଷା ତଥା ଓଡିଶା ମାଟି ପାଇଁ ଉତ୍ସର୍ଗ କୁ ମନେ ପକେଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଅନ୍ୟ ବରିଷ୍ଠ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ଗଣେଶ ଦାସ, ଜଗଦୀଶ ତ୍ରିପାଠୀ, ପ୍ରଦୀପ୍ତ କୁମାର ବେହେରା, ଶ୍ରୀକାନ୍ତ ମହାନ୍ତି, ଆଇନଜୀବୀ କିଶୋରୀ ପଟ୍ଟନାୟକ, ହର ପ୍ରସାଦ ଦାସ, ହରିହର ନାୟକ, ପ୍ରଫୁଲ କୁମାର ପୁହାଣ, ଜଗନ୍ନାଥ ବେହେରା, ଅଶୋକ ପଣ୍ଡା, ଶ୍ରୀମତୀ ଝରଣା ପଟ୍ଟନାୟକ, ଅପରାଜିତା ସତପଥୀ, ଶ୍ରୀନିବାସ ପାତ୍ର, କନକଲତା ମହାଙ୍କୁଡ, ଶ୍ରୀ ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ବିଭିନ୍ନ ଅନୁଷ୍ଠାନ ରୁ ଛାତ୍ରଛାତ୍ରୀ ମାନେ ଜୟଦେବ ଗଣ୍ଡ, ଚୈତନ୍ୟ ଛତ୍ରିୟା, ହିମାଂଶୁ ନାୟକ ପ୍ରମୁଖ ଯୋଗଦେଇଥିଲେ।
ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଜିଲ୍ଲା ଶାଖା ଉପ ସଭାପତି ଡ. ବିଜୟ କୁମାର ମିଶ୍ର, ଶ୍ରୀ ଅଶୋକ କୁମାର ପଟ୍ଟନାୟକ,ଆଇନ ପରାମର୍ଶଦାତା ଶ୍ରୀ ରାମ ପ୍ରସାଦ ପାତ୍ର,ସଦସ୍ୟ ସଦସ୍ୟା ମାନେ ପି ରବି କାନ୍ତ ରଘୁରାମ, ଶ୍ରୀମତି ବାସନ୍ତି ଲତା ଜେନା, ପ୍ରଭୋଞନ ତ୍ରିପାଠୀ, ସ୍ବର୍ଣ୍ଣଲତା ପଟ୍ଟନାୟକ, ଦାଶରଥି ପଟ୍ଟନାୟକ, ସୁଶୋଭିତ ମେରିଲିନ ତୁରୁକ,ତୁଳସୀ ଦାଶ ଗୌଡ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆଲୋଚନା ଚକ୍ର ସହ ଅନେକ କବି କବୟତ୍ରୀ କବିତା ପାଠ କରିଥିଲେ।(ଏମ୍ ଦିନା°ଶୁ ଆଚାରୀ)