March 12, 2026

ତ୍ରିଦିବସୀୟ ବୁଦ୍ଧଖୋଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

IMG-20260128-WA0068
Share

 

ବୁଗୁଡ଼ା :ତା ୨୮/୦୧/୨୬ : ସ୍ଥାନୀୟ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ “ବୁଦ୍ଧଖୋଲ ମହୋତ୍ସବ” ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବୁଦ୍ଧଖୋଲ ପାଦଦେଶସ୍ଥ ଜନ ସୁବିଧା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି l ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଗାମୀ ଫେବୃଆରୀ ୭ରୁ ୯ ପର୍ଯ୍ୟନ୍ତ ତିନି ଦିନ ଧରି ମହୋତ୍ସବ ଅନୁଷ୍ଠିତ ହେବା ନେଇ ନିଷ୍ପତି ହୋଇଥିଲା l ସେହି ତ୍ରିଦିବସୀୟ ମହୋତ୍ସବର ସୁପରିଚାଳନା ନିମନ୍ତେ ବିଭିନ୍ନ କମିଟି ଗଠନ ସାଙ୍ଗକୁ ବୁଦ୍ଧଖୋଲ ପରିସର ହିଲଟପ ରାସ୍ତା ପରିଷ୍କାର , ପାର୍କିଂ ବ୍ୟବସ୍ଥା ,ଆଇନ ଶୃଙ୍ଖଳା ପରିସ୍ଥିତି, ଲୋକଙ୍କ ଯାତାୟାତ ପାଇଁ ‘ମୋ ବସ’ ବ୍ୟବସ୍ଥା , ରାସ୍ତାରେ ଲାଇଟ ବ୍ୟବସ୍ଥା ,ସ୍ଥାନୀୟ କଳାକାରମାନଙ୍କୁ ଅଗ୍ରାଧିକାର ଦେବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ବୁଦ୍ଧଖୋଲ ଉନ୍ନୟନ ସମିତି କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ପାତ୍ର, ସମ୍ପାଦକ ଗଙ୍ଗାଧର ବିଷୋୟୀ ,କୋଷାଧକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ର , ଯୁବ ନେତା ପ୍ରଭାକର ପଣ୍ଡା , ବିଡ଼ିଓ ଦୁତିକୃଷ୍ଣ ପାତ୍ର ,ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା , ବିଦ୍ୟୁତ ବିଭାଗ ଏସଡିଓ ସ୍ମୃତି ରଞ୍ଜନ ଦାଶ , ରେଞ୍ଜର ମାନସ ସାହୁ ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ସମେତ ବିଭିନ୍ନ ଲାଇନ ବିଭାଗ ଅଧିକାରୀ ,ଉନ୍ନୟନ ସମିତିର କାର୍ଯ୍ୟକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିଗଣ ଯୋଗଦେଇ ଥିଲେ l ପରିଶେଷରେ ସମ୍ପାଦକ କେଦାର ନାଥ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ