March 12, 2026

ଉମରକୋଟ ଧାନ ମଣ୍ଡୀ ରୁ ସର୍ବାଧିକ ଧାନ ଉଠାଣ ହୋଇଛି…….

IMG-20260128-WA0052
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ଧାନ ମଣ୍ଡୀ ରେ ୨୩ହଜାର କ୍ୱିଣ୍ଟାଲ ଧାନ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ହଜାର କ୍ୱିଣ୍ଟାଲ ରୁ ଅଧିକ ଧାନ ଉଠାଣ ସରିଛି। ମିଲ ମାଲିକ ଓ ଚାଷୀଙ୍କ ମଧ୍ୟରେ ଉପୁଜିଥିବା କୋଟନି ଛୋଟଣୀ ର ସ୍ଥାଇ ସମାଧାନ କରାଯାଇଥିବାରୁ ଜିଲ୍ଲାର ସର୍ବାଧିକ ଧାନ ଉମରକୋଟ ମଣ୍ଡୀ ରୁ ଉଠାଣ ସମ୍ଭବ ହୋଇପାରିଛି ବୋଲି କିଛି ଚାଷୀ ସୂଚନା ଦେଇଛନ୍ତି। ଦୁଇ ସପ୍ତାହ ପୂର୍ବେ ଧାନ ମଣ୍ଡୀ ରେ ଅଚଳା ଅବସ୍ଥା ଲାଗି ରହିଥିଲା। ପ୍ରବଳ ଥଣ୍ଡା ରେ ଚାଷୀ ମାନେ ନିଜ ଧାନ କୁ ଜଗୀରହିଥିଲେ କିନ୍ତୁ ମନ୍ତ୍ରୀ ଙ୍କ ମଣ୍ଡୀ ପ୍ରତିନିଧି ରମେଶ ଦାସ ଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ପରେ ଅଚଳା ଅବସ୍ଥା ଦୂର ହୋଇପାରିଥିଲା ବୋଲି ଚାଷୀ ମାନେ ମତ ବ୍ୟକ୍ତ କରିଛନ୍ତି।