March 12, 2026

ମୋହନା ବିଧାୟକ ଦାଶରଥି ଗମାଙ୍ଗ ତୃତୀୟ ଥର ପାଇଁ ହେଲେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି 

IMG-20250927-WA0016
Share

 

 

ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଟିମ ଘୋଷଣା କରିଛନ୍ତି l ଏହି ନୂଆଁ ଟିମ ରେ ଗଜପତି ଜିଲ୍ଲାର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଭାବେ ସ୍ଥାନ ପାଇଥିବାରୁ ଜିଲ୍ଲାର କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି l ମୋହନା ବିଧାୟକ ଶ୍ରୀ ଗମାଙ୍ଗ ତୃଣ ମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ଆଜି ଏହି ସୋପାନରେ ପହଞ୍ଚି ବାରେ ସକ୍ଷମ ହୋଇ ପାରିଛନ୍ତି l ଶ୍ରୀ ଗମାଙ୍ଗ ପ୍ରଥମେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧକ୍ଷ ଏଵଂ ମୋହନା ରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି l ବିଧାୟକ ଶ୍ରୀ ଗମାଙ୍ଗ ତୃତୀୟ ଥର ପାଇଁ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିବାରୁ ଜିଲ୍ଲା କଂଗ୍ରେସ ଉପ-ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ, ପୂର୍ବତନ ଉପନଗର ପାଳ ଅଭିମନ୍ୟୁ ପଣ୍ଡା,ସଞ୍ଜୟ ଅଧିକାରୀ, ପୂର୍ବତନ କାଉନସିଲର ବିଷ୍ଣୁ ପାଢ଼ୀ, ତ୍ରିନାଥ ପାତ୍ର, କୁନା ମାଝୀ, ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ସୋସିଆଲ ମିଡ଼ିଆ ଜିଲ୍ଲା କର୍ଡି ନେଟର ସନ୍ତୋଷ ପଣ୍ଡା, ସୂର୍ୟନାରାୟଣ ପାତ୍ର,ରାଜା ପାତ୍ର, କାଶୀନଗର ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ପଟ୍ଟନାୟକ, ବଂଶୀଧାରା ସାମନ୍ତ ସିଂହାର, ବାଳକୃଷ୍ଣ ମଳିକ, ଜାକବ ମାଝୀ, ଲକ୍ଷ୍ମଣ ବଳିଆର ସିଂହ, କୁନା ମାଝୀ, କେ.ରମସ୍ୱାମି ପ୍ରମୁଖ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ଅଭିନନ୍ଦନ ଜଣାଇଛନ୍ତି l