March 12, 2026

ବୁଗୁଡ଼ା ବ୍ଲକରେ ପ୍ରଶିକ୍ଷାର୍ଥୀ ଭାବେ ୧୦ ଓଏଏସ୍ ଅଫିସର       

IMG-20250826-WA0029
Share

 

 

ବୁଗୁଡା : ୨୬/୦୮/୨୫ : ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା – ୧୯୭୧, ତା୨୧-୦୮-୨୦୨୫ରିଖ ପ୍ରକାରେ ଗଞ୍ଜାମ ଜିଲ୍ଲାର ୮ଟି ବ୍ଲକର ୧୬ଟି ପଞ୍ଚାୟତରେ ୧୬ଟି ଗ୍ରୁପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ ଅଗଷ୍ଟ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସରକାରୀ ଯୋଜନା ଗ୍ରାମାଞ୍ଚଳରେ କାର୍ଯ୍ୟକାରିତା ସମ୍ପର୍କେ ତାଲିମ ଗ୍ରହଣ କରୁଥିବା ଜଣାଯାଇଛି । ଏ ପରିପ୍ରେକ୍ଷୀରେ ବୁଗୁଡା ବ୍ଳକକୁ ୧୦ ଜଣ ଓଏଏସ ଅଫିସର ପ୍ରଶିକ୍ଷାର୍ଥୀ ଭାବେ ଆସିଛନ୍ତି। ସେମାନଙ୍କୁ ଅଗଷ୍ଟ ୨୪ ତାରିଖ ଦିନ ବୁଗୁଡା ବ୍ଲକ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା ଜ୍ଞାପନ ସହ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଳକର ପାଙ୍ଗିଡି ଓ ତାକରଡା ଗ୍ରାମ ପଞ୍ଚାୟତରେ ଦୁଇଟି ଗ୍ରୁପରେ ଏହି ୧୦ ଜଣ ଓଏଏସ ଅଫିସର ୭ ଦିନ ପାଇଁ ତାଲିମ ଗ୍ରହଣ କରିବେ। ପାଙ୍ଗିଡି ପଞ୍ଚାୟତରେ ସପ୍ତମ ଗୃପର ନିବେଦିତା ରାଉତ,ଦୀପ୍ତିରେଖା ବାଗ, ଦୀପ୍ତି ରଞ୍ଜନ ସାହୁ , ସରୋଜ କୁମାର ବେହେରା ଓ ଭବାନୀ ଶଙ୍କର ମହନ୍ତ ଏବଂ ତାକାରଡା ପଞ୍ଚାୟତରେ ଅଷ୍ଟମ ଗ୍ରୁପରେ ଅଭିଷେକ ସ୍ମାଇଁ , ସତ୍ୟପ୍ରକାଶ ମିଶ୍ର , ରାକେଶ କୁମାର ସାହୁ, ମିତାଲି ମଧୁସ୍ମିତା ମିଶ୍ର ଓ ସିଦ୍ଧାର୍ଥ ଶେଖର ଦାସ ପ୍ରଶିକ୍ଷାର୍ଥୀ ଭାବେ ଏହି ୧୦ ଜଣ ଓଏଏସ ଅଫିସର ତାଲିମ ଗ୍ରହଣ କରିବା ବ୍ଯବସ୍ଥା ହୋଇଛି । ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ପାଙ୍ଗିଡି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ସେଠୀ, ପିଇଓ ପ୍ରଫୁଲ କୁମାର ପ୍ରଧାନ ଓ ଏଡିଇଓ ଜ୍ଯୋର୍ତିମୟୀ ର୍ସ୍ବାଇଁ ଏବଂ ତାକରଡା ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ,ପିଇଓ ସୁବ୍ରତ କୁମାର ଗଡନାୟକ ଓ ଡିଆରଏସ ଶଙ୍କର ମଲ୍ଲିକ ନୋଡାଲ ଅଫିସର ଭାବେ ପ୍ରଶିକ୍ଷାର୍ଥୀ ଓଏଏସ ଅଫିସରମାନଙ୍କୁ ସହଯୋଗ କରିବେ ବୋଲି ଜଣାଯାଇଛି।