ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ତରଫରୁ ବୈଠକ ଅନୁଷ୍ଠିତ…
ରାମନାଗୁଡା(ସଞ୍ଜୀବ କଣ୍ଡାଗରୀ) ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ହାଟ ପଦା ଠାରେ ବ୍ଲକ ସଭାପତି ଉର୍ମିଳା କଣ୍ଡାଗରି ଙ୍କ ଉପସ୍ଥିତି ରେ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଉପଦେଷ୍ଟା ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଶ୍ରମିକ ବିରୋଧୀ ନିତିକୁ ତୀବ୍ର ସମାଲୋଚନା କରିବା ସହ ସରକାର ଶ୍ରମିକ ମାନଙ୍କ ଅଧିକାର ସମଧାନ ନ କଲେ ଡିସେମ୍ବର ୦୩, ୦୪,୦୫ ତାରିଖ ଦିନ ଭୁବନେଶ୍ଵର ବିଧାନସଭା ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି। ଉକ୍ତ ବୈଠକରେ ୧୦ ଘଣ୍ଟା ଶ୍ରମ ଆଇନ ବାତିଲ କରି ଶ୍ରମିକ ମାନଙ୍କ ୮ ଘଣ୍ଟା ଆଇନ ଲାଗୁ କରିବା, ପାଚିକା ଓ ସହାୟିକା ମାନଙ୍କୁ ମାସିକ ୨୬ ହଜାର ଟଙ୍କା ସହ ପାଚିକା ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି। ପାଚିକା ମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତି କାଳୀନ ଛୁଟିର ବ୍ୟବସ୍ଥା କରିବା,ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା,ପାଚିକା ମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ,ସାମାଜିକ ନିରାପତ୍ତା, ବୀମାଭୁକ୍ତ କରିବା,ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ କରିବା,ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବା ସହ ଛାତ୍ର ଛାତ୍ରୀ ମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରିବା ନେଇ ଦାବି କରାଯାଇଛି।
ଉର୍ମିଲା ଖଣ୍ଡଗିରି,ଅନିରୁଦ୍ଧ ନିଶିକା ପୂର୍ବତନ ସରପଞ୍ଚ,କୁମାରୀ ଶବର, ପ୍ରଭାବତୀ କଣ୍ଡଗରି,ଗିତାଞ୍ଜଳୀ ପଟ୍ଟନାୟକ,ସୂର୍ଯ୍ୟ ଶବର,ଅପସରା ଶବର,ଲଳିତା ମଣ୍ଡାଙ୍ଗି,ସନ୍ତୋଷି ପଲାସା,ନଳିନୀ ପଣ୍ଡା,ସୁଜାତା ପଣ୍ଡା,ଲକ୍ଷ୍ମୀ ମଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
