March 12, 2026

ପାଞ୍ଚଟି ଦୁଇଚକିଆ ଯାନ ସହିତ ଚାରିଜଣ ବାଇକ ଚୋର କୁ କାବୁ କଲେ ତିର୍ତ୍ତୋଲ ପୋଲିସ

IMG-20251123-WA0088
Share

 

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ l

 

ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି, ପୋଲିସ କୁ ଚକମା ଦେଖେଇ ରାଜ କରୁଛନ୍ତି ବାଇକ ଚୋର l ଏହି ଆତ୍ମଚତୁର ଚୋର ଙ୍କୁ କାବୁ କରିଛନ୍ତି ତିର୍ତ୍ତୋଲ ପୋଲିସ l ଘଟଣା କ୍ରମରେ ଅରବିନ୍ଦ ନାୟକଙ୍କ ଶଶୁର ଙ୍କର ସାନଭାଇ ଦୀପକ ନାୟକ ଅସୁସ୍ଥ ଥିବାରୁ, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ l ତାଙ୍କୁ ଦେଖିବାକୁ ଯାଇ ଅରବିନ୍ଦ ନିଜ ବାଇକ କୁ ମେଡିକାଲ ସାମ୍ନାରେ ରଖିଥିଲେ ଯାହା ଚୋରି ହୋଇଯାଇଥିଲା l ସେଥିପାଇଁ ତିର୍ତ୍ତୋଲ ପୋଲିସ ଷ୍ଟେସନ ରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା l ସେଇ କେସ ଆଧାରରେ ମେଡିକାଲ ରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି, ୪ ଜଣ ଅପରାଧୀଙ୍କୁ ତିର୍ତ୍ତୋଲ ପୋଲିସ ଆରେଷ୍ଟ କରି ସେମାନଙ୍କ ପାଖରୁ ୪ ଟି ବାଇକ ସହିତ ଗୋଟିଏ ସ୍କୁଟି ଜବତ କରିଛି l ଆସାମୀ ମାନଙ୍କ ନାମ ହେଉଛି ୧୯ ବର୍ଷୀୟ ସନ୍ତୋଷ ହୋତା ଡାକନାମ ଚିକୁନ,ପିତାଙ୍କ ନାମ ସରୋଜ ମଲ୍ଲିକ ଗ୍ରାମ ଓଳଗଦା,୨୪ ବର୍ଷୀୟ ରାଜେଶ ମଲ୍ଲିକ ଡାକନାମ ଧନା ପିତାଙ୍କ ନାମ ଚକ୍ରଧର ମଲ୍ଲିକ, ଗ୍ରାମ ବନ୍ଧବାଟୀ, ୨୩ ବର୍ଷୀୟ ଆଶିଷ କୁମାର ମଲ୍ଲିକ ପିତା ପ୍ରମୋଦ ମଲ୍ଲିକ ଗ୍ରାମ ଅରିଲୋ,ଏବଂ ୩୩ ବର୍ଷୀୟ ସଞ୍ଜୟ ଭୋଳ ପିତା କାଳନ୍ଦୀ ଭୋଳ ଗ୍ରାମ ର ନାମ ସଅଁରା l ଏମାନେ ସମସ୍ତେ ତିର୍ତ୍ତୋଲ ଥାନାର ଜଗତସିଂହପୁର ଜିଲ୍ଲା ଅଧିନସ୍ତ ଗ୍ରାମ ର ବାସିନ୍ଦା l ଜବତ ହୋଇଥିବା ଗାଡିର ନମ୍ବର ଯଥା କ୍ରମେ 05 A 0630 / OR 21 D4346 / OD 05 D 8086 /OR21C 0071 / OR 0CD 7662 l ତିର୍ତ୍ତୋଲ ପୋଲିସ ଏହି ବାଇକ ଚୋର ଙ୍କୁ ଆରେଷ୍ଟ କରିବା ସହିତ କେସ ନମ୍ବର ୫୯୯/୨୦.୧୧.୨୫, u/s-୩୦୩(୨) BNS ରେ ରେଜେଷ୍ଟ୍ରି କରାଯାଇ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି l ତିର୍ତ୍ତୋଲ ପୋଲିସ ର ଏହି ସଫଳତାକୁ ବୁଦ୍ଧିଜୀବୀ ମହଲରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି l